ମହେନ୍ଦ୍ରଗଡ ମୁକୁଳା ବ୍ରିଜ୍ ଲୋକଙ୍କ ମରଜନ୍ତା ।
ଗଜପତି (ମନୋଜ ପାଢ଼ୀ)ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ଠାରେ ଥିବା ବ୍ରିଜଟି ମୁକୁଳା ଅବସ୍ଥାରେ ରହିଛି l ଏହି ବ୍ରିଜଟି 326 ନମ୍ବର ଜାତୀୟ ରାଜପଥ ଯାହାକି ବ୍ରହ୍ମପୁର ଠାରୁ ପାରଳାଖେମୁଣ୍ଡି ମୁଖ୍ୟରାସ୍ତା ହୋଇଥିବାରୁ ପ୍ରତିଦିନ ହଜାର ହଜାର ଗାଡ଼ି ଏହି ପୋଲ ଉପର ଦେଇ ଯାଇଥାଏ l l କିନ୍ତୁ ବ୍ରିଜର ଦୁଇ ପାର୍ଶ୍ୱରେ ଗାର୍ଡୱାଲ ନଥିବାରୁ ଯାତାୟତ କରୁଥିବା ଅନେକ ଲୋକଙ୍କର ମୃତ୍ୟ ଘଟୁଛି l ଗତକାଲି ରଣ୍ଡିବା ପଞ୍ଚାୟତ ଖାରିଗୁମା ଗାଁ ଦୁଇଜଣ ସାଙ୍ଗ ମହେନ୍ଦ୍ରଗଡ ଠାରୁ ନିଜଗାଁ ଅଭିମୁଖେ ଯାଉଥିଲେ l
କିନ୍ତୁ ବ୍ରିଜରେ ଗାର୍ଡୱାଲ ନଥିବାରୁ ଉଭୟ ଭାରସାମ୍ୟ ହରାଇ ନଦୀ ତଳକୁ ଖସି ଯାଇଥିଲେ ଫଳରେ ଘଟଣା ସ୍ଥଳରେ ଆର – ଉଦୟଗିରି ଅଗ୍ନିଶମ ବାହିନୀ ଓ ପୋଲିସର ସହାୟତାରେ ଉଭୟଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା l ତେବେ ଦୁଇଜଣକ ମଧ୍ୟରୁ ନଦୀଭିତରୁ କୁରେଶ ଦଳାଇଙ୍କ ମୃତ୍ୟୁ ଘଟିଥିଲା l ତେଣୁ ଯଥାଶୀଘ୍ର ଗାର୍ଡୱାଲ ନିର୍ମାଣ କରାଯାଉ ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି l

