ଷୋହଳଖଣ୍ଡ ଗୋପାଳ ସମାଜର ଜିଲ୍ଲା ଉନ୍ନୟନ କମିଟି ଗଠିତ
ଗଜପତି,୪.୧.୨୦୨୬(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜର ଜିଲ୍ଲା ଉନ୍ନୟନ କମିଟି ଗଠିତ । ଆଜି ପାରଳାଖେମୁଣ୍ଡି ସ୍ଥିତ ଚିତ୍ରକାର ସାହି ନିକଟସ୍ଥ ଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ସମାଜର ଜିଲ୍ଲା ସଭାପତି ଖଦାଳ ଗୌଡ ଙ୍କ ନିର୍ଦ୍ଧେଶ ପ୍ରକାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ସେଠାରେ ସମାଜର ବିଭନ୍ନ ସମସ୍ଯା , ଉନ୍ନୟନ ମୂଳକ କାର୍ଯ୍ୟ ଓ ଆଗାମୀ କାର୍ଯ୍ୟ ପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ସର୍ବ ସମ୍ମତି କ୍ରମେ ଜିଲ୍ଲା ଉନ୍ନୟନ କମିଟି ଗଠିତ ହୋଇଛି । ବିଜଯ କୁମାର ଗୌଡଙ୍କୁ ଉନ୍ନୟନ କମିଟିର ସଭାପତି ଭାବରେ ଚୟନ କରିଥିବା ବେଳେ ସମ୍ପାଦକ ଭାବରେ ସୂର୍ଯ୍ୟ ନାରାୟଣ ମହାଙ୍କୁଡ , ସୁବାସ ଚନ୍ଦ୍ର ମହାଙ୍କୁଡ ଙ୍କୁ କୋଷାଧକ୍ଷ ଭାବରେ ମନୋନୀତ କରାଯାଇଛି । ତତ ସହିତ କମିଟିରେ ୬ ଜଣ ସଭ୍ୟଙ୍କୁ ମଧ୍ୟ ମନୋନିତ କରାଯାଇଥିବା ସମାଜ ପକ୍ଷରୁ କୁହାଯାଇଛି । ଏହି କମିଟି ସମାଜର ବିଭନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ସମନୟ ରକ୍ଷା କରିବ ।
