ସେମିଳିଗୁଡାରେ ଏସଏସପିଏଲର ଅଫିସ ଉଦଘାଟିତ।

ସେମିଳିଗୁଡାରେ ଏସଏସପିଏଲର ଅଫିସ ଉଦଘାଟିତ।

ସେମିଳିଗୁଡାରେ ଏସଏସପିଏଲର ଅଫିସ ଉଦଘାଟିତ।

ସେମିଳିଗୁଡା.ତାରିଖ ୪-୧-୨୦୨୬-ସେମିଳିଗୁଡାର ସତ୍ଯ ନଗର ଲେନ ୭ରେ ପ୍ରଧାନ ମନ୍ତ୍ରୀ ସୂର୍ଯ୍ଯ ଘର ଯୋଜନା,ମାଗଣା ବିଜୁଳି ଯୋଜନା ଆନୁକୁଲ୍ୟରେ ଏସଏସପିଏଲ କମ୍ପାନୀ ଏକ କାର୍ଯ୍ଯାଳୟ ଊଦଘାଟନ କରିଛନ୍ତି। ଏହି କାର୍ଯ୍ୟାଳୟକୁ ସମାଜସେବୀ ତଥା ଲିଭ ଫର ଅଦର୍ସର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ,ସୁନାବେଡା ଇଲେକଟ୍ରିକ ଡିଭିଜନଏସଡିଓ ଗୋପାଳକୃଷ୍ଣ ପ୍ରଧାନ, ,ଓ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଗଣେଶ୍ଵର ପାଣିଗ୍ରାହୀଙ୍କ ସ୍ତ୍ରୀ ବିଶ୍ବ ବନ୍ଦିତା ପାଣିଗ୍ରାହୀ ମିଳିତ ଭାବରେ ଫିତାକାଟି ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ। କମ୍ପାନୀର ମନୋଜ ପାଣିଗ୍ରାହୀ ଯୋଜନା ବିଷୟରେ ସମସ୍ତଙ୍କୁ ବୁଝାଇବା ସହ ସରକାରଙ୍କ ରିହାତି ବିଷୟରେ କହିଥିଲେ। ମନୋଜ ସାହୁ,ପବିତ୍ର,ଅଭୟ,କାହ୍ନା ,ନୀଲୁ ପ୍ରମୂଖ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ଲିଭ ଫର ଅଦର୍ସର ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ମନୋରଞ୍ଜନ ବେହେରା,ଜେଇ ଗଣେଷ ସାମନ୍ତ,ଜେଇ ପ୍ରଭାତ କୁମାର ପଣ୍ଡା ଓ ବହୁ ଲୋକ ଯୋଗଦେଇଥିଲେ। ଏହି ଯୋଜନାର ସୁବିଧା ନେବାପାଇଁ ବହୁଜଣ ଆବେଦନ କରିଥିଲେ।