୭୮ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ନିଷ୍ଠା ପରିବାର ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର (ଦଶମ ଦିନ) ୧୫୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ୦୨-୦୧-୨୦୨୬ (ଶୁକ୍ର ବାର)ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ବୀରାଧି ବୀର ବର ପ୍ରବଳ ପ୍ରତାପୀ ମଥୁରା ନରେଶ କଂସ ମହାରାଜଙ୍କ ଆଦେଶରେ ଜର୍ଜ ହାଇସ୍କୁଲ, ମୀନା ବଜାର ପଡିଆରେ ନିଷ୍ଠା ପରିବାର ତରଫରୁ ଦଶମ ଦିନର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ମୁଖ୍ୟ ଅତିଥି  ଭାବରେ ବରଗଡ଼ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ବେରୀୟସ ଡୁଙ୍ଗଡୁଙ୍ଗ ଉପସ୍ଥିତ ରହି ମା ସମଲେଇଙ୍କ ପୂଜାର୍ଚ୍ଚନା ପରେ ଫିତା କାଟି ଶିବିରର ଶୁଭାରମ୍ଭ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିବା ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ସମ୍ବାନୀତ ଅତିଥି ଭାବରେ ସଂଯୁକ୍ତ କୃଷକ ସଂଗଠନ ର ଵରିଷ୍ଠ ଲଢ଼ୁଆ ଚାଷୀ ନେତା ଶ୍ରୀ ରମେଶ ମହାପାତ୍ର ଯୋଗ ଦେଇ ନିଜେ ରକ୍ତ ଦାନ କରିବା ସହ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଧନୁଯାତ୍ରା ଦେଖିବାକୁ ଆସିଥିବା ସମୟରେ ରକ୍ତଦାନ ପାଇଁ ଯୁବକ ଓ ଯୁବତୀ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।ବୁର୍ଲା ରକ୍ତଭଣ୍ଡାର ଦ୍ୱାରା ସର୍ବମୋଟ ୧୫୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିରଟିକୁ ନିଷ୍ଠା ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ସୁଚାରୁ ଓ ସୁସଂଗଠିତ ଭାବେ ପରିଚାଳନା କରିଥିଲେ।ସମସ୍ତ ରକ୍ତଦାତାମାନଙ୍କୁ ନିଷ୍ଠା ପରିବାର ତରଫରୁ କୋଟି କୋଟି ପ୍ରଣାମ ଓ ହୃଦୟରୁ ଧନ୍ୟବାଦ ଜଣାଉଛୁ।ରକ୍ତଦାନ ଶିବିର ସହ ସଂଲଗ୍ନ ଭାବେ ନିଷ୍ଠା ପରିବାର ତରଫରୁ ଏକ ସ୍ତନ୍ୟପାନ କେନ୍ଦ୍ରର ବ୍ୟବସ୍ଥା ମଧ୍ୟ କରାଯାଇଅଛି।