ସୁରେଶ ସମ୍ମାନ-୨୦୨୫ ସମ୍ମାନିତ ହେଲେ ସାମ୍ବାଦିକ ଶିବ ପ୍ରସାଦ

ସୁରେଶ ସମ୍ମାନ-୨୦୨୫ ସମ୍ମାନିତ ହେଲେ ସାମ୍ବାଦିକ ଶିବ ପ୍ରସାଦ

ସୁରେଶ ସମ୍ମାନ-୨୦୨୫ ସମ୍ମାନିତ ହେଲେ ସାମ୍ବାଦିକ ଶିବ ପ୍ରସାଦ

ରାୟଗଡ଼ା (ଅମୁଲ୍ୟ ନିଶଙ୍କ ): ଦିବଙ୍ଗତ ସାମ୍ବାଦିକ ସୁରେଶ ଚନ୍ଦ୍ର ପାଢ଼ୀଙ୍କ ୭ମ ଶ୍ରାଦ୍ଧ ବାର୍ଷିକ ପାଳନ ଅବସରରେ ଆଜି ରାୟଗଡ଼ା ସହର ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲ ପରିସରରେ ସୁରେଶ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ଶିବ ପ୍ରସାଦ ଦୋରାଙ୍କୁ ‘ସୁରେଶ ସମ୍ମାନ-୨୦୨୫’ରେ ସମ୍ମାନିତ କରାଯାଇଛି | ସମ୍ବାଦ ପରିବେଷଣରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାର ସ୍ମୃତି କମିଟି ସୁରେଶ ମେମୋରିଆଲ୍ ଟ୍ରଷ୍ଟ ତରଫରୁ ଶ୍ରୀ ଦୋରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ ଡ. ଦୁଷ୍ମନ୍ତ କୁମାର ମହାନ୍ତି ଏହି ସମ୍ମାନ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମରେ ସେଞ୍ଚୁରିଆନ୍ ୟୁନିଭରସିଟି, ରାୟଗଡ଼ା ନିର୍ଦ୍ଦେଶକ ତଥା ସ୍ବର୍ଗତ ଶ୍ରୀ ପାଢ଼ୀଙ୍କ ବଡ଼ ଭାଇ, ସ୍ମୃତି କମିଟିର ସଭାପତି ଡ. ରାଜେଶ କୁମାର ପାଢ଼ୀ, କନିଷ୍ଠ ଭ୍ରାତା ତଥା ‘ସକାଳ’ ଜୟପୁର ସଂସ୍କରଣର ଆଞ୍ଚଳିକ ମୁଖ୍ୟ ରାକେଶ କୁମାର ପାଢ଼ୀ, ସ୍ୱର୍ଗତ ସୁରେଶ ପାଢ଼ୀଙ୍କ ପତ୍ନୀ ସ୍ନେହା ପାଢ଼ୀ, ତାଙ୍କ ପୁତ୍ର ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ |

ଦିବଙ୍ଗତ ସାମ୍ବାଦିକ ସୁରେଶ ପାଢ଼ୀ ସାଲିସବିହୀନ ସାମ୍ବାଦିକତା କରୁଥିଲେ। ସମାଜସେବା କ୍ଷେତ୍ରରେ ତାଙ୍କର ଯୋଗଦାନକୁ ନେଇ ନିମନ୍ତ୍ରିତ ଅତିଥ୍ ମାନେ ଆଲୋଚନା କରିଥିଲେ। ଏହି ଅବସରରେ ବିଶିଷ୍ଟ ଶିକ୍ଷକ ତ‌ଥା ସମାଜସେବୀ ଜଗଦୀଶ୍ ଦୋରା, ସମାଜସେବୀ ଶିବ ପ୍ରସାଦ ମିଶ୍ର ସମ୍ମାନିତ ଅତିଥ୍ ରୂପେ ଯୋଗଦେଇଥିଲେ।

ପ୍ରତିବର୍ଷ ରାୟଗଡ଼ା ଜିଲ୍ଲାରେ ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକଙ୍କୁ ସୁରେଶ ସମ୍ମାନରେ ସମ୍ମାନିତ କରାଯାଉଥିବା ବେଳେ ଆସନ୍ତା ବର୍ଷ ଠାରୁ ସମାଜସେବା ଏବଂ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ ମଧ୍ୟ ପୁରସ୍କାର ଦିଆଯିବ ବୋଲି ସେଞ୍ଚୁରିଆନ ୟୁନିଭରସିଟିର ନିର୍ଦ୍ଦେଶକ ରାଜେଶ ପାଢ଼ୀ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମକୁ ରାକେଶ ପାଢ଼ୀ ସଞ୍ଚାଳନ କରିଥିବା ବେଳେ ସ୍ବର୍ଗତ ପାଢ଼ୀଙ୍କ ପତ୍ନୀ ସ୍ନେହା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ |ରାୟଗଡ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ