ସୁନା ବ୍ୟବସାୟୀଙ୍କୁ ଉଠାଇଲା ପୁଲିସ
ଗଜପତି,୧.୧.୨୦୨୬(ମନୋଜ ପାଢ଼ୀ)ପାରଳାଖେମୁଣ୍ଡିରେ ଗତ କିଛି ଦିନ ଧରି ସୁନାଅଳଙ୍କାର ଚୋରି ଘଟଣା ବଢୁଛି। ଚୋର ଗ୍ୟାଙ୍ଗ୍ ଉକ୍ତ ସୁନା ଅଳଙ୍କାରକୁ କିଛି ଅସାଧୁ ବସାୟୀଙ୍କୁ କମ୍ ଦାମ୍ରେ ବିକ୍ରି କରୁଛନ୍ତି। କିଛି ଘଟଣା ଖୋଳତାଡ଼ ବେଳେ ପାରଳାଖେ ଖେମୁଣ୍ଡି ଆଦର୍ଶ ଥାନା ପୁଲିସ ଏହି ସୁରାକ ପାଇବା ପରେ ସହରର ବିଭିନ୍ନ ସୁନା ଦୋକାନ ଉପରେ ନଜର ରଖିଥିଲା। ଆଜି ସହରର ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କୁ ପୁଲିସ ଉଠାଇ ଆଣିବା ପରେ ଅଟକ ରଖି ପଚରାଉଚରା କରୁଛି। ଉକ୍ତ ବ୍ୟବସାୟୀଜଣକ ବିଭିନ୍ନ ମାମଲାରେ ଚୋରି ସୁନା କିଣିଥିବା ସନ୍ଦେହ କରାଯାଉଛି।
ସେହିପରି ଆନ୍ଧ୍ରର କିଛି ଲୋକଙ୍କୁ ବି ଅଟକ ରଖାଯାଇଥିବା ଜଣାପଡ଼ିଛି ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟି।

