ଗଜପତି ଜିଲ୍ଲା ପାଇଁ ଦୁଃଖ, ୨୦୨୫
ଗଜପତି,୩୧.୧୨.୨୦୨୫(ମନୋଜ ପାଢ଼ୀ) ଗଜପତି ଜିଲ୍ଲା ପାଇଁ ବଡ଼ ଦୁଃଖ ଆଣିଥିଲା ୨୦୨୫ ମସିହା ୪ ମାସର ବ୍ୟବଧାନରେ ତଥା ଅଗଷ୍ଟ , ସେପ୍ଟେମ୍ବର ଅକ୍ଟୋବର ଏବଂ ନଭେମ୍ବର ମାସରେ ତିନିଥର ଅଦିନିଆ ବର୍ଷା ଓ ବାତ୍ୟାର ପ୍ରକୋପରେ ଜିଲ୍ଲାବିଙ୍କ ଅଣ୍ଡା ଭାଙ୍ଗିଦେଇଥିଲା। ପ୍ରକୃତିକ କରାଳ ରୂପ ଆଗରେ ଜିଲ୍ଲା ବାସୀ ହାର୍ ମାନିଥିଲେ । ଲକ୍ଷ୍ୟଧିକ ଲୋକଙ୍କ ଜୀବନଜୀବିକା ଉଜୁଡ଼ିଯାଇଥିବା ବେଳେ ବିଭିନ୍ନ ପାହାଡ଼ିଆ ଇଲାକାରେ ଭୂଖଳନ ବଡ଼ ବିପର୍ଯ୍ୟୟ ଆଣିଥିଲା। ବର୍ଷ ଓ ଭୂଖଳନରେ ଜିଲ୍ଲାରୁ ୬ ଜଣ ପ୍ରାଣ ହରାଇଥିବା ବେଳେ ଅନେକଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରଥମେ ଅଗଷ୍ଟ ମାସରେ ଲମଣ ବର୍ଷରେ ରା.ଉଦଘଲି, ଗୁମ୍ଫା, ମୋହନା ଓ ରାୟଗଡ଼ ବୁକ୍ରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ରାପ୍ରଘାଟ ଧୋଇ ହୋଇଯାଇଥିବା ଦେଳେ ଶତାଧିକ ଲୋକଙ୍କ ଘର ଭାଙ୍ଗିଯିବା ସହ ୩୫୦୦ ହେକ୍ଟର ଜମି ଜଳାର୍ଣ୍ଣବ ପାଇଟିଥିଲା।
ଏହି କ୍ଷତି ଭରଣା ନହେଉଣୁ ଅକ୍ଟୋବର ପ୍ରଥମ ସପ୍ତାହରେ ତଥା ଦଶହରା ସମୟରେ ତିନି ଦିନ ଧରି ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ଅନେକ ଇଲାକା ବାହ୍ୟଜଗତରୁ ବିଚ୍ଛିନ୍ନ ସୋଇଯାଇଥିଲା। ପ୍ରଶାସନର ବ୍ୟାପକ ପ୍ରସ୍ତୁତି ସତ୍ତ୍ୱେ ପାହାଡିଆ ଅଞ୍ଚଳରେ ଅଧିକ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ବଦଲଫଟା ବର୍ଷାରେ ପାହାଡ଼ ଧସି ପାଞ୍ଚଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଘର ମାଟିରେ ମିଶି ଯାଇଥିଲା। ସହସ୍ରାଧିକ ଫସଲ ଉଜୁଡି ଯାଇଥିଲା। ପେକଟ ଗ୍ରାମରେ ଚାଷ ସାରୀ ଫେରିବେ ସମୟରେ ବାପପୁଅ ପାହାଡ଼ ଧସି ମାଟି ତଳେ ଚାପି ହୋଇ ରହିଯିବା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ସେମାନଙ୍କୁ ଉଦ୍ଧାର ପାଇଁ ପ୍ରସାଶନ ୧୦ ଦିନ ଧରି ଅପରେସନ ଜାରି ରଖିଥିଲେ ହେଁ କୈାଣସି ପତ୍ତା ମିଳିଲା ନାହି ଶେଷରେ ସନ୍ଧାନ କାର୍ଯ୍ୟକୁ ପ୍ରସାଶନ ବନ୍ଧ କରିଥିବା ବେଳେ ବାପପୁଅର ପ୍ରତିକାତ୍ବକ ସଂସ୍କାର କରାଯାଇଥିଲା। ସେହିପରି ରାୟଗଡା ବ୍ଲକ ଜିରାଙ୍ଗରେ ନଦୀରେ ଭାସିଯାଇ ଜଣେ ଯୁବକ ପ୍ରାଣ ହରାଇଥିଲା।
ଏହାପରେ ଅକ୍ଟୋବର ମାସରେ ପୁଣୀ ଵାତ୍ୟା ମୋଦ୍ଦାର ପ୍ରଭାବ ଗଜପତି ଜିଲ୍ଲା ଉପରେ ପଡିଥିଲା । ବର୍ଷା ଫଳରେ ଅନେକ ସ୍ଥାନରେ ଭୋସ୍କଳନ ଘଟି ରାସ୍ତା ଅବରୋଧ ହୋଇ ଥିବା ବେଳେ ପୋଲ ନଷ୍ଟ ସୋଇଯାଇଥିଲା। କିନ୍ତୁ ପ୍ରକାଶନ ପୂର୍ବ ପ୍ରସ୍ତୁତି ଉପରେ ଧନଜୀବନ କ୍ଷୟକ୍ଷତିକୁ ରୋକାଯାଇ ପାରିଥିବା।

