ସଡକ ଦୁର୍ଘଟଣାରେ ମହିଳା ମୃତ, ଦୁଇ ଆହତ

ସଡକ ଦୁର୍ଘଟଣାରେ ମହିଳା ମୃତ, ଦୁଇ ଆହତ

ସଡକ ଦୁର୍ଘଟଣାରେ ମହିଳା ମୃତ, ଦୁଇ ଆହତ

ଗଜପତି,୨୯.୧୨.୨୦୨୫(ମନୋଜ ପାଢ଼ୀ)-ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାତମାଇଲ ଗ୍ରାମ ଛକ ନିକଟରେ ସନ୍ଧ୍ୟା ସମୟରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଆହତ ହୋଇଥିବାର ଜଣାପଡିଛି । ଦୁଇ ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ରହିଛନ୍ତି । ଘଟଣାରୁ ପ୍ରକାଶ ଯେ, ନୂଆଗଡ ବ୍ଲକ ମାଣିକପାଟଣା ଗ୍ରାମର ଜହନ ରଇତ ପଛରେ ଅନ୍ୟ ଜଣେ ଯୁବତୀ ବସି ନିଜ ଗ୍ରାମ ଅଭିମୁଖେ ଯାଉଥିଲେ । ଏହି ସମୟରେ ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ପୁଟୁରୁପଡା ଗ୍ରାମର ଜିକରିଆ ଶବର (20) ପ୍ରିୟଙ୍କା ଶବର (24) ଏବଂ ଅନ୍ୟ ଜଣେ ଯୁବତୀଙ୍କୁ ବସାଇ ନିଜ ଗ୍ରାମ ଅଭିମୁଖେ ଯାଉଥିଲେ । ଉଭୟ ବାଇକ ରାୟଗଡ ଅଭିମୁଖେ ଯାଉଥିବା ସମୟରେ ସାତମାଇଲ ଗ୍ରାମ ନିକଟରେ କୌଣସି କାରଣୁରୁ ଦୁର୍ଘଟଣା ଘଟି ଜିକରିୟ ଚଳାଉଥିବା ଗାଡିଟି ଜହନ ରଇତଙ୍କ ବାଇକ ଉପରେ ପଡିଯାଇଥିଲେ । ତେବେ ଜିକରିୟଙ୍କ ଗାଡିରେ ବସିଥିବା ପ୍ରିୟଙ୍କା ଛିଟିକି ପଡି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ।

ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ ପହଞ୍ଚି ନଥିଲା । ଇତି ମଧ୍ୟରେ ଗୁରାଣ୍ଡି ପୋଲିସ୍ ଖବର ପାଇ ପହଞ୍ଚି ଥିଲା । ପ୍ରାୟ 30 ମିନିଟ ପରେ ଉଭୟ ପୋଲିସ ଓ ସ୍ଥାନୀୟ ଲୋକେ ମିଶି ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ଅନ୍ୟଏକ ଆମ୍ବୁଲାନ୍ସକୁ ଅଟକାଇ ଲୋକେ ଗୁରୁତର ମାନଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ । ଜିକରିୟଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜହନଙ୍କୁ ସାମାନ୍ୟ ଆଘାତ ଲାଗିଛି । ସେହିପରି ଉଭୟ ବାଇକରେ ବସିଥିବା ଯୁବତୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାକୁ ନେଇ ଗୁରାଣ୍ଡି ଥାନାରେ ମାମଲା ରୁଜୁ ହେବା ସହ ତଦନ୍ତ ଜାରୀ ରହିଥିବାର ଥାନା ସୂତ୍ରରୁ ପ୍ରକାଶ ।