ମିଟ୍ସ ଠାରେ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର

ମିଟ୍ସ ଠାରେ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର

ମିଟ୍ସ ଠାରେ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର

ରାୟଗଡ(ଅମୁଲ୍ୟ ନିଶଙ୍କ ):ରାୟଗଡ ଜିଲା କୋଲନରା ବ୍ଲଡ ଭୂଜବଳସ୍ଥିତ ମଝିଘରିଆଣୀ ଇନଷ୍ଟିଚ୍ୟୁଟ ଅଫ ଟୋକ୍ନୋଲୋଜି ଆଣ୍ଡ ସାଇନ୍ସ(ମିଟ୍ସ୍)ପରିସରରେ ରବିବାର ପ୍ରଧାନମନ୍ତ୍ରୀଙ୍କ ୧୨୯ତମ ମନଳି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ଦେଶର ସାମଗ୍ରିକ ଉନ୍ନତି, ଗ୍ରାମୀଣ ଭାରତର ସଶକ୍ତିକରଣ ଓ ଯୁବଶକ୍ତିର ଭୂମିଳା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଆଜି ଭାରତର ଗ୍ରାମଗୁଡ଼ିକ ରନ୍ନତିର ନୂଆ ଦିଗକୁ ଆଗଉଛି ଏବଂ ସରକାରୀ ଯୋଜନାଗୁଡ଼ିକ ସାଧାରଣ ଲୋକଙ୍କ ଜୀବନରେ ପ୍ରକୃତ ପରିବର୍ତ୍ତନ ଆଣୁଛି । ସାଧାରଣ ଲୋକଙ୍କ ଛୋଟ ଛୋଟ ପ୍ରୟାସ ମିଶିଲେ ଦେଶ ବଡ଼ ସଫଳତା ହାସଲ କରିପାରିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମ ପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉପସ୍ଥିତ ରହିଥ‌ିବା ଛାତ୍ରୀ ଛାତ୍ର ଓ ଅନ୍ୟମାନଙ୍କୁ ମୁଖ୍ୟ ଅତିଥି ଉଦ‌ବୋଧନ ଦେଇଥିଲେ। ସଫଳତା କଠିନ ପରିଶ୍ରମ ଦ୍ଵାରା ମିଳିଥାଏ ଏହାର କେଣସି ବିକଳ୍ପ ନାହିଁ I ରାତାରାତି ବଡ଼ଲୋକ ହେବା ପାଇଁ କୌଣସି ଲଟେରିକୁ ଅପେକ୍ଷା ନ କରି ପରିଶ୍ରମ କରିବାକୁ ସେ କରିଥିଲେ ।

ମୋବାଇଲର ଠିକ ବ୍ୟବହାର କରିବାକୁ ଛାତ୍ରୀଛାତ୍ରଙ୍କୁ କରିଥିଲେ। ମିଟୁ ଉପାଧ୍ଯକ୍ଷ ବିଶ୍ୱଜିତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାଜପା ସଭାପତି ଗୋପୀ ଆନନ୍ଦ, ମଣ୍ଡଳ ସଭାପତି ସୋମନାଥ ହିମିରିକା, ଜିଲା ଯୁବ ମୋର୍ଚା ସାଧାରଣ ସମ୍ପାଦକ ଗୌତମ ଇଚ୍ଛାକା, ଜିଲା ଉପସଭାପତି ଦୁର୍ଯ୍ୟୋଧନ ପାଳ, ଶିବଶଙ୍କର ରଲାକା, ଦେବାଶିଷ ପଣ୍ଡା, କେ,ଅଶ୍ୱିନୀ, ଅନୀଲ ଜାତି, ପ୍ରୀତମ କୁମାର, ରଜତ ମାଦଳା, ଅନୁଷ୍ଠାନର ତିନ ସାବୁନୁ ମାହାନ୍ତି, ଅଧ୍ୟକ୍ଷ ରାମାନୁଜ ନାୟକ, ମିଗ୍ଧ ଗ୍ରୁପ୍ ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କାଳୀରାମ ମାଟି ଧନ୍ୟବାଦ ଅର୍ପଣ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ