୩୧ ସରକାରୀ ଆଇନଜୀବୀ ନିଯୁକ୍ତ, ପଦ୍ମନାଭ (ଟୁଟୁ ଦାସ ) ହେଲେ ସରକାରୀ ପ୍ଲିଡ଼ର

୩୧ ସରକାରୀ ଆଇନଜୀବୀ ନିଯୁକ୍ତ, ପଦ୍ମନାଭ (ଟୁଟୁ ଦାସ ) ହେଲେ ସରକାରୀ ପ୍ଲିଡ଼ର

୩୧ ସରକାରୀ ଆଇନଜୀବୀ ନିଯୁକ୍ତ, ପଦ୍ମନାଭ (ଟୁଟୁ ଦାସ ) ହେଲେ ସରକାରୀ ପ୍ଲିଡ଼ର

ରାୟଗଡ଼ା, ୨୭/୧୨(ଅମୁଲ୍ୟ ନିଶଙ୍କ )ରାୟଗଡ଼ା ଜିଲାର ବିଭିନ୍ନ କୋର୍ଟରେ ବଦଢିଲେ ସରକାରୀ ଆଇନଜୀବୀ l ରାଜ୍ୟରେ ସରକାର ବଦଳିବାର ଦୀର୍ଘ 18 ମାସ ପରେ ପରେ ୩୧ଜଣ ଆଇନଜୀବୀ ଙ୍କୁ ବିଭିନ୍ନ କୋର୍ଟରେ ନୂତନ ଭାବେ ସରକାରୀ ଆଇନଜୀବୀ ଭାବେ ଦାୟିତ୍ୱ ନିଯୁକ୍ତି ଦିଆଯାଇଛି l ବିଜେପି ଦଳ ର ବରିଷ୍ଠ ଆଇନଜୀବୀ ପଦ୍ମନାଭ (ଟୁଟୁ das)ସରକାରୀ ପ୍ଲିଡ଼ର (ଢିପି) ଭାବେ ନିଯୁକ୍ତି ପାଇଥିବା ବେଳେ ୨ ଜଣ ଏ ପି ପି ଭାବେ ନିଯୁକ୍ତି ପାଇଛନ୍ତି । ସେ ସେହିଭଳି ଜ଼ିଲ୍ଲା ଦୌରାଜଙ୍କ କୋର୍ଟରେ ସ୍ବତନ୍ତ୍ର ପିପି ଭାବେ ମିଶୋର କୁମାର ସାହୁ ଏବଂ ହରିଦ୍ର ନାଥ ଚନ୍ଦନ ଦାୟିତ୍ୱ ପାଇଛନ୍ତି । ଅତିରିକ୍ତ ଜିଲାଜର୍‌ଙ୍କ କୋର୍ଟରେ ରଜଚ ରଣ ପ୍ରଧାନ, ରାମପ୍ରସାଦ ପାତ୍ର, ବିରଜା ପ୍ରସାଦ ପାତ୍ର, ସୁରେନ୍ଦ୍ର କୁମାର ଶର୍ମା, ସିଜେଏମ୍ କୋର୍ଟରେ ସୀତାରାମ ପଣ୍ଡା, ସିଏଚ.ସିରିଲାସୀ ରାଓ, ସିଭିଲ କୋର୍ଟ, ଲେଜିଷ୍ଟ୍ରାରରେ ଅତିରିକ୍ତ ପିପି ଭାବେ ରବିପ୍ରସାଦ ମହାପାତ୍ର ଓ ସହକାରୀ ଓଳିଲ ଭାବେ ଓ ଗୌରୀଶଙ୍କର ପଟ୍ଟନାୟକଙ୍କ ସମତେ ମହିଳା କୋର୍ଟରେ ଦେବରାଜ ନାୟକ ଓ ଭି.ଅରୁଣାଙ୍କୁ ନିଯୁକ୍ତ ମିଳିଛି । ସେହିଭଳି ବିଷମକଟକ ଏଡିଳେ କୋର୍ଟରେ ଜଣେ ଏପିପି ଭାବେ କୃଷ୍ଣ ଚନ୍ଦ୍ର ସାହୁ ନିଯୁକ୍ତି ପାଇଥିବା ବେଳେ ଅନ୍ୟ ୩ ଜଣ ସରକାରୀ ଆଇନଜୀବୀ ଭାବେ ନିଯୁକ୍ତି ପାଇଛନ୍ତି ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ