ସଂସ୍କୃତି, ପରମ୍ପରାର ବପର୍ବ ‘ଚଇତି’ନାଚଗୀତରେ କମ୍ପିଲା ଚଇତି ମଞ୍ଚ ମୁଖ୍ୟ କଣ୍ଠଶିଳ୍ପୀ ଅନନ୍ୟା ଙ୍କ ଗୀତ ରେ ଝୁମିଲେ ଦର୍ଶକ
ରାୟଗଡ଼ା,୨୬୧୨(ଅମୁଲ୍ୟ ନିଶଙ୍କ ): ରାୟଗଡ଼ା ହେଉଛି କଳା ଓ ସଂସ୍କୃତିର ମାଟି । ଚଇତି ମହୋତ୍ସବ ମଞ୍ଚ ଦ୍ଵାରା ସଂସ୍କୃତି ଓ ପରମ୍ପରାର ଆଦାନପ୍ରଦାନ ଲୁକାହିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାରେ ହେଉଛି ଏହି ଗଣ ପର୍ବ ଚଇତି ଏକ ମାଧ୍ୟମରେ । ଆଜି ଜିଲ୍ଲାର ଲୋକ ମହୋତ୍ସବ ‘ଚଇତି’ର ଉଦ୍ଘାଟନା କାର୍ଯ୍ୟକ୍ରମରେ ଯୋଗଦେଇ ମତ ରଖିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋଜୁଳାନନ୍ଦ ମନ୍ତ୍ରିକ । ଏ ଅବସରରେ ପଲ୍ଲୀଶ୍ରୀ ମେଳାର ମଧ୍ୟ ଶୁଭାରମ୍ଭ ହୋଇଛି ।ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ସେଠାରୁ ଆଜ୍ଞାମାଳ ଗ୍ରହଣ କରାଯାଇଥିଲା । ପରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ଜଗନ୍ନାଥମନ୍ଦିରରୁ ରଥ ଓ ଚତୁର୍ଦ୍ଧା ମୂର୍ତିକୁ ନେଇ ଶୋଭାଯାତ୍ରା ବାହାରିଥିଲା । ହଜାର ହଜାର ଲୋକ ଏଥିରେ ସାମିଲ୍ ହୋଇଥିଲେ । ବିଭିନ୍ନ ସାଂସ୍କୃତିକ ଦଳ ଓ ସ୍ଥାନୀୟ କଳାକାରମାନେ ଶୋଭାଯାତ୍ରାକୁ ଅଧିକ ବଣ୍ଡାଜ୍ୟ କରିଥିଲେ। ଆତସବାଜିରେ ପ୍ରକମ୍ପିତ ହୋଇଥିଲା ସମ୍ପୂର୍ଣ ସହର । କିସିଡି ପଡ଼ିଆରେ ପହଞ୍ଚିବା ପରେ ଜଳସ ସ୍ଥାପନ କରି ଚତୁର୍ଦ୍ଧାମୂର୍ତି ନିକଟରେ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ଜଳନ କରି ‘ଚଇତି’କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଜିଲ୍ଲାପାଳ ଆଶୁତୋଷ କୁଲକ ଅଧ୍ଯକ୍ଷତା କରିଥିଲେ। ବ୍ଲକ୍ ସ୍ତରୀୟ ପରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ବର୍ଷ ଶେଷରେ ଲୋକଙ୍କ ପାଇଁ ଏହା ମନୋରଞ୍ଜନ ପ୍ରଦାନ କରୁଛି ବୋଲି କହିଥିଲେ ।
ମୁଖ୍ୟ ଅତିଥ୍ ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ମଲ୍ଲିକ ଯୋଗ ଦେଇଥିଲେ। ଏ ଅବସରରେ ସେ କହିଥିଲେ, ଲୋକ ମହୋସବ ‘ଚଇତି’ସନ୍ଧ୍ୟାରେ ଯୋଗଦେବା ତାଙ୍କ ସୌଭାଗ୍ୟ। ଜିଲ୍ଲାର ବିଜଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରଯିବ। ଗୋପାଳପୁରରୁ ଜୟପୁର ୬ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ଆରମ୍ଭ ହେବ । ଏହା ଶିଳ୍ପ କାରିତର ଭାବେ ପରିଚିତ ହେବ । ଏହି ଜିଲ୍ଲାର ଗାଁ ମାନଙ୍କ ପାଇଁ ୪୦୦ ରାସ୍ତା ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ ଚାଲିଛି। ଯଥଶୀଘ୍ର କାର୍ଯ୍ୟକାରୀ ହେବ । ସମ୍ମାନିତ ଅତିଥି ଭାବେବିଧାୟକ ଆପଲସ୍ବାମୀ କନ୍ଥାକା, ବିଷମକଟକ ବିଧାୟକ ନୀଳମାଧବ ହିଜଳା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଅତିରିକ୍ତ ଜିଲ୍ଲାପାଳ ନବୀନ ନାୟକ ଯୋଗ ଦେଇଥିଲେ। ଏଭଳି କାର୍ଯ୍ୟକ୍ରମ କଳା ଓ ସଂସ୍କୃତିର ପରିଚୟ ପ୍ରଦାନ କରୁଛି। ଜିଲ୍ଲାର ରାଗାଘାଟ ଓ ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ଅଧୁକ ବିକାଶ ପାଇଁ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ‘ଚଇତି’ ଭଳି ପର୍ବ ଯୋଗୁଁ ଅଞ୍ଚଳର ଲୋକକଳା ଓ ପ୍ରତିଶା ଲୋକଲୋଚନକୁ ଆସୁଛି । ଅଞ୍ଚଳର ବିକାଶ ନେଇ ନିଜର ଅଭିଭାଷଣରେ କହିଥିଲେ। ବଂଶଧାରା, ନାଗାବଳୀ ଓ ଝଞ୍ଜାବତୀ ଭଳି ନଦୀ ଥାଇ ଗୋଟିଏ ମଧ୍ୟ ଜଳସେଚନ ପ୍ରକଳ୍ପ ନାହିଁ । ଚାଷୀ ପାଣି ପାଇନାହାଁନ୍ତି। ସେଥିପାଇଁ ପ୍ରଥମିକତା ଦେବାକୁ ଦାବି କରିଥିଲେ । ଏଥିସହ ମେଡିକାଲ କଲେଜ ସ୍ଥାପନା ଜିଲ୍ଲାବାସୀଙ୍କ ଦାବି ବୋଲି ମଞ୍ଚ ଉପରେ କହିଥିଲେ । ଏହା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ଅନୁରୋଧ କରିଥିଲେ। ଏ ଅବସରରେ ମହୋତ୍ସବ ମୁଖପତ୍ର ‘ଚଇତାଳି’ ରନ୍ମୋଚନ କରାଯାଇଥିଲା । ଅତିଥୁ ମାନଙ୍କବକ୍ତବ୍ୟ ପରେ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ତ୍ରିଲୋଚନ ସାହୁ ଓ ଦଳ ଅତ୍ୟନ୍ତ ସୁନ୍ଦର ଭାବେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ । ଏହାପରେ ଆଦିମ ଜନଜାତି ଡଙ୍ଗରିଆବନ୍ଧ ମେରିୟା ପରିବେଷଣ ହୋଇଥିଲା । ଓଲିଉଡ ତାରକା ଶୀତଳ ପଣ୍ଡା ମିଶ୍ରିତ ସଂଯୋଜନା କରିଥିଲେ ।
ଏହାପରେ ଲାଞ୍ଜିଆ ସୌରା ଜନଜାତିଙ୍କ ଦ୍ଵାରା ପରିବେଷଣ ହୋଇଥିଲା ସୁନ୍ଦର ଲୋକନୃତ୍ୟ । ଶୀତୁଆ ସନ୍ଧ୍ୟାର ଶେଷ ଆଡ଼କୁ ଧୁମ୍ ମଚାଇଥିଲେ ଗାୟିକା ଅନନ୍ୟ ଶ୍ରୀତମ ନନ୍ଦ ଓ ଟିମ୍ । ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସେହିଭଳି ଅନ୍ୟାନ୍ୟ କଳାକାର ଟିମ୍ ନୃତ୍ୟ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚ ଉପରେ ପ୍ରଦର୍ଶିତ କରିଥିଲେ । ପ୍ରଥମ ଦିନରେ ପ୍ରାୟ ୨୫ ହଜାର ଲୋକଙ୍କ ସମାଗମ ହୋଇଥିଲା । ଓରମାସ୍ ତରଫରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ୩୫୦ ଟି ଷ୍ଟର ଖାଇଯାଇଛି । ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଜେତା ସେଠାରେ ସାମିଲ ହୋଇଛନ୍ତି। ମୁଖ୍ୟତଃ ମିଶନ ଶକ୍ତି ମହିଳାଙ୍କ ସ୍ବତନ୍ତ୍ରତା ଏଠାରେ ପରିଲିକ୍ଷିତ ହୋଇଛି। ଜିଲ୍ଲା ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଟୁ, ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଏସ୍ପି ଅମୂଲ୍ୟ ଧରି, ଏସ୍Ữପିଓ ଗୌରହରି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏ ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍କିତ କରଯାଇଥିଲା ।ରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
