ରାୟଗଡ ଜ଼ିଲ୍ଲା ବିଜେଡି ପକ୍ଷରୁ ବିଜେଡି ଦଳ ର ପ୍ରତିଷ୍ଠା ଦିବସ ପାଳିତ

ରାୟଗଡ ଜ଼ିଲ୍ଲା ବିଜେଡି ପକ୍ଷରୁ ବିଜେଡି ଦଳ ର ପ୍ରତିଷ୍ଠା ଦିବସ ପାଳିତ

ରାୟଗଡ ଜ଼ିଲ୍ଲା ବିଜେଡି ପକ୍ଷରୁ ବିଜେଡି ଦଳ ର ପ୍ରତିଷ୍ଠା ଦିବସ ପାଳିତ

ରାୟଗଡା (ଅମୁଲ୍ୟ ନିଶଙ୍କ ): ଆଜି ତା ୨୬. ୧୨. ୨୦୨୫ ରାୟଗଡ଼ା ଜିଲ୍ଲାରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଶୃଙ୍ଖଳାବଦ୍ଧ ଭାବେ ଦଳୀୟ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ପ୍ରଥମେ ବିଜେଡି ଶତାଧିକ କର୍ମୀ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ନିକଟସ୍ଥ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହୋଇଥିଲେ l ଶତାଧିକ ଦଳୀୟ କର୍ମୀ ଓ ସମର୍ଥକଙ୍କ ଉପସ୍ଥିତିରେ ରାୟଗଡ଼ା ବସ ଷ୍ଟାଣ୍ଡ ନିକଟସ୍ଥ ମହାନ ନେତା ତଥା ଓଡିଶା ର ବିନ୍ଧାଣି ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବିଜୁ ବାବୁ ଆମର ରହେ ବିଜେଡି ଜିନ୍ଦାବାଦ ନାରା ଦେଇଥିଲେ । ପରେ ସମସ୍ତ କର୍ମୀଙ୍କ ସହ ଏକ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପଦଯାତ୍ରା ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଠାରୁ ବାହାରି ମୁଖ୍ୟ ରାସ୍ତା ଦେଇ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ପର୍ଯ୍ୟନ୍ତ ଯାଇଥିଲେ।ଅଡିଟୋରିୟମ୍‌ରେ ଆୟୋଜିତ ସମାବେଶରେ ପ୍ରଥମେ ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ବିଜୁ ପଟ୍ଟନାୟକଙ୍କ ଫଟୋରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ତାପରେ ଦଳୀୟ ଗୀତ ପରିବେଶନ ପରେ ଦଳୀୟ ନେତୃବୃନ୍ଦମାନେ କର୍ମୀମାନଙ୍କୁ ଉଦ୍ଦେଶ୍ୟ କରି ଉତ୍ସାହବର୍ଦ୍ଧକ ଭାଷଣ ଦେଇଥିଲେ। ଏହି ସମାବେଶରେ ରାୟଗଡ଼ା ବ୍ଲକ୍, କାଶିପୁର ବ୍ଲକ୍, କୋଲନରା ବ୍ଲକ୍ ଓ କେ. ସିଂପୁର ବ୍ଲକ୍ର ସମସ୍ତ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଏହି ଅବସରରେ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ ଅଧୀନରେ ଓଡ଼ିଶା ଓ ରାୟଗଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ଦଳର ସଙ୍କଳ୍ପକୁ ପୁନର୍ବ୍ୟକ୍ତ କରାଯାଇଛି।ଆମ କିଛି ଦଳୀୟ ନେତା ଭିଭିଷଣ ସାଜି ଦଳ ପାଇଁ କାମ କରୁଥିଲେ ସେଥିପାଇଁ ଦଳ ପରାଜୟ ବରଣ କରିଲା ବୋଲି ଅତିଥି ମାନେ ମତ ରଖିଥିଲେ l

ବିଜେଡି ଦଳ ରେ ବହୁ ନେତା ନିଜର ବ୍ୟକ୍ତି ଗତ ଫାଇଦା ଉଠାଇଥିଲେ ଯେତେବେଳେ ଦଳ ଦଳ ପରାଜୟ ବରଣ କରିଲା ସେହିନେତା ମାନେ ଦଳ ଛାଡି ନିଜର ସ୍ୱାର୍ଥ ନିମନ୍ତେ ଦଳ ପରିତ୍ୟାଗ କରି ନିଜକୁ ଓ ନିଜର ବ୍ୟାପାର ବଂଚେଇବା ନିମନ୍ତେ ଅନ୍ୟ ଦଳ କୁ ଯିବା ପାଇଁ ବୁଲୁଛନ୍ତି ବୋଲି ଆଜିର ଏହି କାର୍ଯ୍ୟକ୍ରମ ରେ କର୍ମୀ ମାନେ ଆଲୋଚନା କରୁଥିବା ର ଶୁଣିବାକୁ ମିଳିଥିଲା ଆଜିର ଏହି କାର୍ଯ୍ୟକ୍ରମ ଜ଼ିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଯୁକ୍ତ ଜଗନ୍ନାଥ ସାରକା ନେତୃତ୍ୱ ରେ ହୋଇଥିବା ବେଳେ , ପୁର୍ବତନ ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତି ଅନୁସୟା ମାଝୀ ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମାରୀ ସରସ୍ବତୀ ମାଝୀ, କାଶୀପୁର ର ବରିଷ୍ଟ ନେତା ଶ୍ରୀ ଯୁକ୍ତ ଜଗଦିଶ ପାତ୍ର, ବରିଷ୍ଟ ଆଇନଜିବି ଶ୍ରୀ ଯୁକ୍ତ ବ୍ରଜସୁନ୍ଦର ନାୟକ, ୟୁବ ନେତା ସନ୍ତୋଷ ପାତ୍ର, କୋଲନରା ର ଜିଲ୍ଲା ପରିଷଦ ସଦସ୍ୟ ଧବଳେଶ୍ୱର ନାଇଡ଼ୁ , ଆମ୍ବିକା ବିଡ଼ିକା, ଯୁବ ନେତା ବିନାୟକ ପଳାଇ, ଉଦୟ ହିମିରିକା, ସତ୍ୟ ପାଢ଼ୀ, ବୁଲା ପାଢ଼ୀ, ସେଙ୍କରି,ଟୁକୁଲୁ ପାଢ଼ୀ, ଚନ୍ଦ୍ର ଶେଖର ନାଇଡ଼ୁ ବୁଡୁ, ମାଦା ରାଓ କଣ୍ଡଗୋରି, ଯୋଗେଶ୍ୱର, ରବୀନ୍ଦ୍ର କାର୍କରୀୟା ଏବଂ ଅନ୍ୟାନ୍ୟ ସମସ୍ତ ବିଜୁ କର୍ମୀ ଉପସ୍ଥିତ ରହିଥିଲେ। ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ