Bjd Explosive Statement Bhupinder Singh ଭବିଷ୍ୟତରେ ନବୀନ ପଟ୍ଟନାୟକଙ୍କ ବିନା ବିଜେଡି ତିଷ୍ଠି ରହିବା ଅସମ୍ଭବ: ଭୂପିନ୍ଦର ସିଂ

ଭୂପିନ୍ଦର ସିଂ ସ୍ପଷ୍ଟ ଭାବରେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ନବୀନ ପଟ୍ଟନାୟକଙ୍କୁ ଛାଡ଼ି କୌଣସି ନୂଆ ଲୋକଙ୍କୁ ଦଳର ନେତୃତ୍ୱ ଦିଆଯାଏ, ତେବେ Bjd ଭାଗ ଭାଗ ହୋଇଯିବ। କାରଣ ନବୀନ ପଟ୍ଟନାୟକଙ୍କ ବିନା ବିଜେଡିର କୌଣସି ଅସ୍ତିତ୍ୱ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କ ବିନା ଦଳ ତିଷ୍ଠି ରହିବା ଅସମ୍ଭବ।

ଭୁବନେଶ୍ବର:ଆସନ୍ତାକାଲି ବିଜୁ ଜନତା ଦଳ (ବିଜେଡି)ର ପ୍ରତିଷ୍ଠା ଦିବସ। ଏହି ଅବସରରେ ଭି.କେ,ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ୍ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂ ବିସ୍ଫୋରକ ବୟାନ ଦେଇଛନ୍ତି। ଅବଶ୍ୟ ଆଗରୁ ବି ସେ କେତେ ଥର ବିଜେଡି ସଂପର୍କରେ ବିସ୍ଫୋରକ ବୟାନ ଦେଇ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ଏଥର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଭୂପିନ୍ଦର ସିଂ ସ୍ପଷ୍ଟ ଭାବରେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ନବୀନ ପଟ୍ଟନାୟକଙ୍କୁ ଛାଡ଼ି କୌଣସି ନୂଆ ଲୋକଙ୍କୁ ଦଳର ନେତୃତ୍ୱ ଦିଆଯାଏ, ତେବେ ବିଜେଡି ଭାଗ ଭାଗ ହୋଇଯିବ। କାରଣ ନବୀନ ପଟ୍ଟନାୟକଙ୍କ ବିନା ବିଜେଡିର କୌଣସି ଅସ୍ତିତ୍ୱ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କ ବିନା ଦଳ ତିଷ୍ଠି ରହିବା ଅସମ୍ଭବ।