ଦୁଇ ଗ୍ରାମବାସୀଙ୍କ ଉଦ୍ୟମରେ ଖସଡ଼ା ଜଳପ୍ରପାତ ଠାରେ ସଫେଇ କାର୍ଯ୍ୟକ୍ରମ l
ଗଜପତି (ମନୋଜ ପାଢ଼ୀ) ଦୁଇ ଗ୍ରାମବାସୀଙ୍କ ଉଦ୍ୟମ ଯଗୁଁ ଖସଡ଼ା ଜଳପ୍ରପାତ ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ଖସଡ଼ା ଜଳପ୍ରପାତ l ଏହି ପର୍ଯ୍ୟଟନ ଋତୁରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି l ଏହି ଜଳପ୍ରପାତରେ ପର୍ଯ୍ୟଟକ ମାନେ ଜଳକ୍ରୀଡା କରିବା ସହ ପରିବାରବର୍ଗ ଓ ବନ୍ଧୁବାନ୍ଧବଙ୍କ ସହ ପିକନିକର ଆୟୋଜନ ମଧ୍ୟକରିଥାନ୍ତି l ଯାହା ଫଳରେ ଜଳପ୍ରପାତର ଚତୁର୍ପାଶ୍ୱରେ ଅପରିସ୍କାର ବୃଦ୍ଧି ପାଇଛି l ତେଣୁ ଲବାରସିଂ ଗ୍ରାମପଂଚାୟତର ଦୁଇ ଖଣ୍ଡ ଗାଁ ରାଙ୍କୁଡ଼ା ଓ ଖସଡ଼ା ଗାଁର ପ୍ରାୟ 200 ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଜଳପ୍ରପାତ ଠାରେ ଶ୍ରମଦାନ କରି ଜଳପ୍ରପାତର ଚତୁରପାର୍ଶ୍ୱକୁ ସଫେଇ କରିଛନ୍ତି l ଆଗାମୀ ଜଳପ୍ରପାତର ସର୍ବାଙ୍ଗୀନ ଉନ୍ନତି ମୂଳକ କାମ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି l
