ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ରେ ଦେବରାଜ ଇନ୍ଦ୍ର ଭୂମିକାରେ ଅଭିନୟ କରୁଥିବା ଯୁବ କଳାକାର ଓମ୍ ବହିଦାର ଙ୍କୁ ସମ୍ବର୍ଦ୍ଧନା ।

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ରେ ଦେବରାଜ ଇନ୍ଦ୍ର ଭୂମିକାରେ ଅଭିନୟ କରୁଥିବା ଯୁବ କଳାକାର ଓମ୍ ବହିଦାର ଙ୍କୁ ସମ୍ବର୍ଦ୍ଧନା ।
Spread the love

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ରେ ଦେବରାଜ ଇନ୍ଦ୍ର ଭୂମିକାରେ ଅଭିନୟ କରୁଥିବା ଯୁବ କଳାକାର ଓମ୍ ବହିଦାର ଙ୍କୁ ସମ୍ବର୍ଦ୍ଧନା ।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ରେ ଚଳିତ ବର୍ଷ ଦେବରାଜ ଇନ୍ଦ୍ର ଭୂମିକାରେ ଅଭିନୟ କରୁଥିବା ରେମଣ୍ଡା ର ଯୁବ କଳାକାର ଓମ୍ ପ୍ରକାଶ ବହିଦାର ଙ୍କୁ ସୋମବାର ରେମଣ୍ଡା ରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ରେମଣ୍ଡା ରାମଲୀଳା ମହୋତ୍ସବ ର ନିର୍ଦ୍ଦେଶକ ଯୋଗେଶ୍ୱର ସାହୁ ଙ୍କ ତତ୍ତ୍ଵାବଧାନରେ ସାମ୍ବାଦିକ ହେମନ୍ତ କୁମାର ନାୟକ, ଯଶୋବନ୍ତ ସେଠ, ଭରତ ମେହେର,ପ୍ରତାପ ଜେଶ୍ଵାଲ ,ଶମ୍ଭୁ ଦେହେରୀ, ବାଳକୃଷ୍ଣ ପାତ୍ର, ଉମେଶ ନାଏକ, ଅବିନାଶ ମେହେର ପ୍ରମୁଖ ତାଙ୍କ ବାସଭବନକୁ ଯାଇ କଳାକାର ଓମ୍ ପ୍ରକାଶ ବହିଦାର ଙ୍କୁ ଗୋଡ଼ ଧୋଇ ସ୍ଵାଗତ କରିବା ସହ ଫୁଲ ତୋଡା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସମୟରେ ତାଙ୍କ ବଡ ବାପା ବିକ୍ରମ ବହିଦାର, ବାପା ଯୟାତି ବହିଦାର,ଜେଜେ ମା, ବଡ ମା, ମା ଉପସ୍ଥିତ ଥିଲେ।