ରେମଣ୍ଡା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ଵାଧୀନତା ସଂଗ୍ରାମୀ ତଥା ସମାଜସେବୀ ସ୍ଵର୍ଗତ ମଂଗଳୁ ପ୍ରଧାନ କଂ ପ୍ରତି ମୂର୍ତ୍ତି ନିକଟରେ ଧୂପଦୀପ, ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଉତ୍ସବ କୁ ପରିଚାଳନା କରିଥିଲେ ଶିକ୍ଷକ ଦେବପ୍ରସନ୍ନ ଦାଶ।
ପ୍ରଥମେ ଅତିଥି ମାନକଂ ପକ୍ଷରୁ ସରସ୍ଵତୀ, ଗଣେଶ, ସମଲେଶ୍ଵରୀ ଓ ବିଦ୍ୟାଳୟ ର ପ୍ରାଣପ୍ରତିଷ୍ଠା ତଥା କର୍ମବୀର ସ୍ଵର୍ଗତ ମଂଗଳୁ ପ୍ରଧାନ କଂ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଏଥିରେ ପିଏମଶ୍ରୀ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମହାଦେବ ଭୋଇ ସଭାପତିତ୍ବ କରିଥିଲେ ଓ ସଭା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶିକ୍ଷକ ନୀରରଂଜନ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ।
ମୁଖ୍ୟ ଅତିଥି ଭାବେ ରେମଣ୍ଡା ପିଏମଶ୍ରୀ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସନନ୍ତ କୁମାର ଦାଶ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭାରତୀୟ ସୈନ୍ୟ ବିଭାଗ ରୁ ଅବସର ଗ୍ରହଣ କରିଥିବା ଅବନିଦ୍ର ଗୁପ୍ତା ଓ ନୀରୋଜ ପାତ୍ର, ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ, ଏସଏମସି ଚେୟାରମେନ ରାଶେଶ୍ବରୀ ଭୋଇ, ପଂଚସଖା ଶିକ୍ଷା ସେତୁ ର ଉପସଭାପତି ଗଂଗାଧର ମେହେର ଯୋଗ ଦେଇଥିଲେ। ଛାତ୍ରୀ ମାନଙ୍କ ଦ୍ବାରା ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଅତିଥି ମାନେ ଛାତ୍ରଛାତ୍ରୀ ମାନକୁଂ ଉତ୍ସାହିତ କରିବା ପାଇଁ ସ୍ଵ ସ୍ଵ ବକ୍ତବ୍ଯ ରଖି ମତାମତ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଏସଏମସି ସଭ୍ୟ /ସଭ୍ୟା ଓ ପଂଚସଖା ଶିକ୍ଷା ସେତୁର ସଭ୍ୟ /ସଭ୍ୟା ଓ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏଥିରେ ସହଯୋଗ କରିଥିଲେ ଦେବପ୍ରସନ୍ନ ଦାଶ ଓ ନୀରରଂଜନ ପଟ୍ଟନାୟକ ।
ଏହି ବାର୍ଷିକ ଉତ୍ସବ ରେବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଅଭିଲାଷ ରଣା ଅତିଥି ମାନେ ସମୟ ଦେଇ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛବିଳ ପ୍ରଧାନ ଓ ଅନୁପମା ପଣ୍ଡା କଂ ଦ୍ବାରା ନିର୍ଦେଶନା ରେ ଛାତ୍ରଛାତ୍ରୀ ମାନକଂ ଦ୍ବାରା ସାଂସ୍କୃତିକ ନୃତ୍ୟ, ନାଟକ, ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
