ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ। “””ମାନବ ସେବା ହିଁ ମାଧବ ସେବା””” ।

ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ। “””ମାନବ ସେବା ହିଁ ମାଧବ ସେବା””” ।
Spread the love

ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ। “””ମାନବ ସେବା ହିଁ ମାଧବ ସେବା””” ।

ଗଜପତି(ମନୋଜ ପାଢ଼ୀ)ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଗଣ୍ଡାହାତୀ ଠାରେ ଏକାଦଶତମ ଜିଲ୍ଲା ଜୁନିଅର ରେଡକ୍ରସ ର ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଜୁନିଅର ରେଡକ୍ରସ ର ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁଙ୍କ ଅଧକ୍ଷ୍ୟତା ରେ ଉଦଘାଟିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ, ବିଶିଷ୍ଟ ଅତିଥି ରୂପେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିନ୍ଦ୍ର ହୋନନାଗା, ସମ୍ମାନିତ ଅତିଥି ରୂପେ ରାୟଗଡ ବ୍ଲକ ଅଧକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ, ଉପଧ୍ୟକ୍ଷା ଶ୍ରୀଯୁକ୍ତ ଜ୍ୟୋତି ପ୍ରସାଦ ପାଣି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାୟଗଡ ଶ୍ରୀଯୁକ୍ତ ସନ୍ତୋଷ କୁମାର ବାରିକ, ଜିଲ୍ଲା ପରିଷଦ ସଭ୍ୟା -୧୩ ନଂ ଜୋନ ଶ୍ରୀମତୀ ଗୌତମୀ ଜାନୀ,ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସଲମନ ରାଇକା,ଗଣ୍ଡାହାତି ସରପଞ୍ଚ ଜ୍ୟୋସ୍ନା କୁମାରୀ ମଣ୍ଡଳ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଅଶୋକ ଦଳାଇ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ରେ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ସମ୍ପାଦକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର, ଜିଲ୍ଲା ଜୁନିଅର ରେଡକ୍ରସ ସହ-ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ, ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ସଂଜୀବ କୁମାର ଦାସ, ଜିଲ୍ଲା ବରିଷ୍ଠ ସମ୍ବଳ ସାଧନ କର୍ମୀ ତଥା ଶିବିର ନିର୍ଦେଶକ ସୁବାଷ ଚନ୍ଦ୍ର ବିଷୋୟୀ, ଜିଲ୍ଲା ର ବରିଷ୍ଠ ସମ୍ବଳ ସାଧନ କର୍ମୀ ଶ୍ରୀ ସୁବାଷ ଚନ୍ଦ୍ର ସାହୁ,ଜିଲ୍ଲା ସମ୍ବଳ ସାଧନ କର୍ମୀ ମୁକ୍ତିକାନ୍ତ ମଲ୍ଲିକ, ରାୟଗଡ ବ୍ଲକ ସଂଯୋକ ଶ୍ରୀ ନୀତେଶ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଶିବିର ରେ ୪୦୦ରୁ ଉର୍ଦ୍ଧ୍ବ ଜଣ ଜୁନିଅର ଏବଂ 150 ଜଣ ପରାମର୍ଶ ଦାତା ଅଂଶଗ୍ରହଣ କରିଥିଲେ। ଶିବିରକୁ ବରିଷ୍ଠ ସାଧନ କର୍ମୀ ସୁବାଷ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ।

ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ବିଦ୍ୟାଳୟ ର ବରିଷ୍ଠ ପ୍ରଧାନ ଶିକ୍ଷକ ସୌମ୍ୟ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।