ପୂରଣ ହେବ ପାରଳାଖେମୁଣ୍ଡିବାସୀଙ୍କ ୪ ଦଶନ୍ଧିର ଦାବି ବହୁ ପ୍ରତିକ୍ଷୀତ ବାଇପାସ ରାସ୍ତା ନିର୍ମାଣ ପାଇଁ ସର୍ବେକ୍ଷଣ ଆରମ୍ଭ

ପୂରଣ ହେବ ପାରଳାଖେମୁଣ୍ଡିବାସୀଙ୍କ ୪ ଦଶନ୍ଧିର ଦାବି ବହୁ ପ୍ରତିକ୍ଷୀତ ବାଇପାସ ରାସ୍ତା ନିର୍ମାଣ ପାଇଁ ସର୍ବେକ୍ଷଣ ଆରମ୍ଭ
Spread the love

ପୂରଣ ହେବ ପାରଳାଖେମୁଣ୍ଡିବାସୀଙ୍କ ୪ ଦଶନ୍ଧିର ଦାବି ବହୁ ପ୍ରତିକ୍ଷୀତ ବାଇପାସ ରାସ୍ତା ନିର୍ମାଣ ପାଇଁ ସର୍ବେକ୍ଷଣ ଆରମ୍ଭ

ଗଜପତି (ମନୋଜ ପାଢ଼ୀ): ପାରଳାଖେମୁଣ୍ଡିବାସୀଙ୍କ ଦୀର୍ଘ 40 ବର୍ଷର ଦାବି ପୂରଣ ହେବାକୁ ଯାଉଛି. 48 କୋଟି ଟଙ୍କା ବ୍ୟୟରେ ପାରଳାଖେମୁଣ୍ଡି ସହରରେ ବାଇପାସ ରାସ୍ତା ନିର୍ମାଣ ପାଇଁ ସରକାରୀ ଭାବେ ଘୋଷଣା କରାଯାଇଛି. ଏହି ବହୁ ପ୍ରତିକ୍ଷୀତ ବାଇପାସ ରାସ୍ତା ନିର୍ମାଣ ପାଇଁ ସର୍ବେକ୍ଷଣ ଆରମ୍ଭ ହୋଇଯାଇଛି।

ଏହି ସର୍ବେକ୍ଷଣ ବା ସର୍ଭେ ଢେଙ୍କାନାଳର ଅରୁଣ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ଆଫାୟର ନାମକ ସଂସ୍ଥା ପ୍ରସ୍ତାବିତ ଏହି ଅଞ୍ଚଳ କ୍ଷେତ୍ର ପରିଦର୍ଶନ ସହ ପୂର୍ବ ନିର୍ଦ୍ଧାରିତ ଜମି ମାଲିକ ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରୁଛନ୍ତି ।

ଏହି ସଂସ୍ଥାର ବରିଷ୍ଠ ଅଧିକାରୀ ଜଗମୋହନ ଦେବତାଙ୍କ ନେତୃତ୍ବରେ ୬ ଜଣିଆ ଦଳ ସାମାଜିକ ଆକଳନ ସର୍ଭେ କାର୍ଯ୍ୟ ଆରମ୍ଭ କରିଥିବା ଜଣାଯାଇଛି।