ସହଯୋଗ ଫାଉଣ୍ଡେସନ୍ ବଲାଙ୍ଗୀର ପକ୍ଷରୁ ‘ପଶୁଙ୍କ ପାଇଁ ଖାଦ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ

ସହଯୋଗ ଫାଉଣ୍ଡେସନ୍ ବଲାଙ୍ଗୀର ପକ୍ଷରୁ ‘ପଶୁଙ୍କ ପାଇଁ ଖାଦ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ

ସହଯୋଗ ଫାଉଣ୍ଡେସନ୍ ବଲାଙ୍ଗୀର ପକ୍ଷରୁ ‘ପଶୁଙ୍କ ପାଇଁ ଖାଦ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ

ତାରିଖ :୦୬.୧୨.2025,ବଲାଙ୍ଗୀରର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ୍ ୦୬.୧୨.୨୫ ଠାରୁ ପୃଥ୍ୱୀରାଜ ଗୋଶାଳାରେ ସହାନୁଭୂତି ପୂର୍ଣ୍ଣ ନୂଆ ପରିକଳ୍ପନା ପଶୁଙ୍କ ପାଇଁ ଖାଦ୍ୟ ରୋଟି, କଞ୍ଚା ତରକାରୀ ଏବଂ ବିସ୍କୁଟ ବିତରଣ କାର୍ଯ୍ୟକ୍ରମ”ର ଶୁଭାରମ୍ଭ କଲା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ଗାଇ ଏବଂ କୁକୁରମାନଙ୍କୁ ରୋଟି, କଞ୍ଚା ତରକାରୀ ଏବଂ ବିସ୍କୁଟ ଖୁଆଇ ସୁସ୍ଥ ଓ ପୋଷଣ ଯୋଗାଇବା।ମାନବମାତ୍ରକୁ ସେବା କରିବା ସହିତ ସହିତ ନିର୍ବଳ, ନିର୍ବାକ ପଶୁମାନଙ୍କ ପ୍ରତି ଦାୟିତ୍ୱବୋଧ ପ୍ରଦର୍ଶିତ କରି ସଂସ୍ଥା ପୁଣିଥରେ ନୂଆ ଦିଗରେ ପଦକ୍ଷେପ ନେଲା।ପୃଥିରାଜ ଗୋଶାଳାରେ ଆୟୋଜିତ ଉଦ୍ଘାଟନ କାର୍ଯ୍ୟକ୍ରମରେ CA ନରେନ୍ଦ୍ର ଜେନ୍, ବିଷ୍ନୁ ପ୍ରସାଦ କେଡିଆ, ଡଃ ସୁରେଶ ଷଡ଼ଙ୍ଗୀ , ଲାୟନ୍ ଲୋକନାଥ ମିଶ୍ର, ସୁଦୀପ୍ତ ତ୍ରିପାଠୀ ଏବଂ ପବନ ଅଗ୍ରୱାଲ ଙ୍କ ଉପସ୍ଥିତି ରହିଥିଲା। ତାଙ୍କର ଉପସ୍ତିତି ଏହି ପୂଣ୍ୟ କାର୍ଯ୍ୟକୁ ଅଧିକ ପ୍ରେରଣା ଏବଂ ଶକ୍ତି ଦେଇଥିଲା।କାର୍ଯ୍ୟକ୍ରମ ସମନ୍ୱୟକାରୀ ଡଃ ପଞ୍ଚାନନ ପ୍ରଧାନ କହିଥିଲେ ଯେ, ସହଯୋଗ ଫାଉଣ୍ଡେସନ୍ ପ୍ରତି ଶନିବାର ସକାଳେ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ଏହି ପଶୁ ଖାଦ୍ୟ ବିତରଣ କାର୍ଯ୍ୟକ୍ରମକୁ ନିୟମିତ ଭାବେ କରିବ। ସେ କହିଥିଲେ ଯେ, ପଶୁମାନଙ୍କ ଦେଖଭାଳ କରିବା ସମାଜର ମୌଳିକ ଦାୟିତ୍ୱ, ଏବଂ ଏପରି ନିୟମିତ ପ୍ରୟାସ ସମାଜରେ କରୁଣାର ସୁଦୃଢ଼ ବାର୍ତ୍ତା ପ୍ରସାର କରେ।ସଂସ୍ଥାର ସାଧାରଣ ସମ୍ପାଦିକା ଶ୍ରୀମତୀ ପିଙ୍କି ମୋଦୀ କହିଛନ୍ତି ଯେ, ସହଯୋଗ ଫାଉଣ୍ଡେସନ୍ ବିଗତ ତିନି ବର୍ଷ ଧରି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ମୂଳ୍ୟହୀନ ଖାଦ୍ୟ ବିତରଣ କାର୍ଯ୍ୟକ୍ରମ ସଫଳତାର ସହ ଚାଲୁ ରଖିଛି ଏବଂ ହଜାର ହଜାର ଜଣଙ୍କୁ ସେବା କରିଆସୁଅଛି ସେ କହିଛନ୍ତି ଯେ, ମାନବମାନଙ୍କ ପରି ପଶୁମାନେ ମଧ୍ୟ ସ୍ନେହ, ସୁରକ୍ଷା ଏବଂ ପୋଷଣର ଆବଶ୍ୟକତା ରଖନ୍ତି। ଏହି ନୂତନ ପଦକ୍ଷେପର ମାଧ୍ୟମରେ ସଂସ୍ଥା ମାନବ ସେବା ସହିତ ପଶୁ ସେବାକୁ ମଧ୍ୟ ସମାନଭାବେ ପ୍ରାଥମ୍ୟ ଦେବାକୁ ଚାହୁଁଛି।ସହଯୋଗ ଫାଉଣ୍ଡେସନ୍ ସମସ୍ତ ସେବକ, ଦାତା ଓ ସମର୍ଥକମାନଙ୍କୁ ତାଙ୍କ ଅମୂଲ୍ୟ ସହଯୋଗ ପାଇଁ ହୃଦୟଙ୍ଗମ ଧନ୍ୟବାଦ ଜଣାଇଛି। ସଂସ୍ଥାର ବିଶ୍ୱାସ ,ପଶୁସେବା ମାନବସେବାର ଏକ ପବିତ୍ର ରୂପ”ଏବଂ ଏହି ପ୍ରୟାସ ଆଉ ଅନେକଙ୍କୁ ପଶୁକଳ୍ୟାଣରେ ସହଯୋଗୀ ହେବାକୁ ପ୍ରେରଣା ଦେବ ବୋଲି ଆଶା କରୁଛି।