108 କୁଣ୍ଡୀୟ ବୈଦିକ ବିଶ୍ୱାଶାନ୍ତି ଦେବ ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରାୟଗଡା (ଅମୁଲ୍ୟ ନିଶଙ୍କ ) : ଗୁରୁକୁଳ ହରିପୁର ନୂଆପୋଡ଼ା ଙ୍କ ଆନୁକୂଲ୍ୟରେ ରେ ପବିତ୍ର ମାଘପୂର୍ଣ୍ଣିମା ଉପଲକ୍ଷେ ଆସନ୍ତା ଜାନୁଆରୀ ମାସ 31 ଓ ଫେବୃଆରୀ ମାସ 1 ଓ 2 ତାରିଖ ତିନିଦିନ ଧରି ବିଶ୍ୱ ର କଲ୍ୟାଣ ନିମନ୍ତେ ସ୍ଥାନୀୟ ଜି ସି ଡି ସ୍କୁଲ ଖେଳପଡ଼ିଆ ଠାରେ 108 କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ଦେବ ମହାଯଜ୍ଞ ଅନୁଷ୍ଠିତ ହେବା କୁ ଯାଉଛି l ସେଥିପାଇଁ ଆଜି କୋଳନରା ବ୍ଲକ ର ମିଟ୍ସ କଲେଜ ଓ ରାୟଗଡା ରିଙ୍ଗ ରୋଡ ସ୍ଥିତ କୋଣ୍ଡା ବାବୁ ଙ୍କ ଅଫିସ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲା ର 11 ଗୋଟି ବ୍ଲକ ର ସମସ୍ତ ଗ୍ରାମପଞ୍ଚାୟତ ରେ ପ୍ରଚାର ରଥ ପହଂଚିବା ସହିତ ପ୍ରତ୍ୟେକ ଘର କୁ ଘର ଯାଇ ନିମନ୍ତ୍ରଣ ପତ୍ର ଦେବା ପାଇଁ ନିଷ୍ପତି ହୋଇଛି l ଜାନୁଆରୀ ମାସ 31 ତାରିଖ ଦିନ ରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଙ୍କ ଙ୍କ ଠାରେ ପୂଜା ଅର୍ଚ୍ଚନା କରି ସ୍ଥାନୀୟମା ମାମଙ୍ଗଳା ମନ୍ଦିର ଠାରେ ପହଂଚି ସେହିଠାରୁ ଏକ ବିରାଟ କଳସ ଯାତ୍ରାରେ 501 ଜଣ ମହିଳା ଛୋଟ ଛୋଟ ଝିଅ ପିଲାମାନେ କଳସ ଧରି ବାହାରି ଗାୟତ୍ରୀ ମନ୍ଦିର କଲେଜ ରୋଡ ଦେଇ ମୁଖ୍ୟ ରାସ୍ତା ହୋଇ ମହାଯଜ୍ଞ ପଡିଆ ରେ ପହଂଚିବା ପାଇଁ ନିଷ୍ପତି ହୋଇଛି l ଏହି ଦିନ ସନ୍ଧ୍ୟା ରେ ଦେବ ପ୍ରବଚନ ମନୁଷ୍ୟ ଜୀବନ ର ଲକ୍ଷ୍ୟ ଉପରେ ପ୍ରବଚନ ହେବ l ଫେବୃଆରୀ 1 ତାରିଖ ରେ ସଖାଳୁ 108 କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ ଓ ସନ୍ଧ୍ୟା ରେ ଦୁଃଖ ନିବୃତ୍ତି ଓ ସୁଖ ପ୍ରାପ୍ତିର ଉପାୟ ଉପରେ ପ୍ରବଚନ ଠିକ ସେହିପରି 2 ତାରଖ ରେ 108 କୁଣ୍ଡୀୟ ମହାଯଜ୍ଞ ବେଦ ପ୍ରବଚନ ସହିତ ପୂର୍ଣ୍ଣାହୁତି ହେବ l ପ୍ରଥମ ଦିନ 2 ହଜାର, ଦ୍ୱତୀୟ ଦିନ 3 ହଜାର ଓ ଅନ୍ତିମ ଦିନ 5 ହଜାର ଭକ୍ତ ଙ୍କ ନିମନ୍ତେ ପ୍ରସାଦ ସେବନ ର ବ୍ୟବସ୍ତା ନେଇ ନିଷ୍ପତି ହୋଇଛି l ରାୟଗଡା ସହର ରେ ପ୍ରଥମ କରି ଏହି 108 କୁଣ୍ଡୀୟ ମହାଯଜ୍ଞ ଅନୁଷ୍ଠିତ ହେଉଥିବା ରୁ ଏହା ମୋହତ୍ୱପୂର୍ଣ୍ଣ ଓ ଐତିହାସିକ ଯଜ୍ଞ ରେ ସପତ୍ନୀକ ଯଜମାନ ହେଇ ପୁଣ୍ୟ ଭାଗୀ ହେବା ସହିତ ଯଜ୍ଞ ଯଭଗବାନ ଙ୍କ ଆଶିଷ ଲାଭ ନିମନ୍ତେ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି l ଯଜ୍ଞ କୁ କିପରି ଭାବେ ପରିଚାଳନା ନିମନ୍ତେ ଏକ ଅସ୍ଥାୟୀ କାର୍ଯ୍ୟାଳୟ ଗାୟତ୍ରୀ ମନ୍ଦିର ରାସ୍ତାରେ ରିଙ୍ଗ ରୋଡ ଠାରେ ରେ ଖୋଲାଯିବ ଓ ଜାନୁଆରୀ 12 ତାରିଖ ରେ ଜି ସି ଡି ଖେଳ ପଡିଆ ଠାରେ 108 କୁଣ୍ଡୀୟ ବୈଦିକ ଯଜ୍ଞ ନିମନ୍ତେ ଭୂମିପୂଜନ ଅନୁଷ୍ଠିତ ହେବ l ଆଜିର ଏହି ପ୍ରସ୍ତୁତି ବୈଠକ ରେ ସମାଜ ର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l ଏହି 108 କୁଣ୍ଡୀୟ ମହାଯଜ୍ଞ କୁ ଆୟୋଜନ କରିଛନ୍ତି ବଲକୃଷ୍ଣ ପଣ୍ଡା ମିଟ୍ସ ଅଧକ୍ଷ ଓ ହରିପୁର ଗୁରୁକୁଳ ନୂଆପୋଡ଼ା l ଏହି କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ର ସହିତ ସମାପ୍ତି ପାଇଁ ରାୟଗଡା ଟ୍ରକ ମାଲିକ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ ଆୟୋକ ମୁଖ୍ୟ ବଲକୃଷ୍ଣ ପଣ୍ଡା ଙ୍କୁ କହିଛନ୍ତି l ଏହି ଯଜ୍ଞ ରାୟଗଡା ସହର ରେ ଶାନ୍ତି ଆଣିବ ବୋଲି କୋଣ୍ଡା ବାବୁ କହିଛନ୍ତି lରାୟଗଡା ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
