ଜିଲ୍ଲାସ୍ତରୀୟ ବିଶ୍ଵ ଏଡସ ଦିବସ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ବିଶ୍ଵ ଏଡସ ଦିବସ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ
Spread the love

ଜିଲ୍ଲାସ୍ତରୀୟ ବିଶ୍ଵ ଏଡସ ଦିବସ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ।ଗଜପତି -ମନୋଜ ପାଢୀ/ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ଏଡ଼ସ ଦିବସ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରି ଥିଲା । ଏହାକୁ ସିଡିଏମଓ: ଡ଼ାଃ ମୁବାରକ୍ ଅଲ୍ଲୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ସିୟୁଟିଏମ: ବିଶ୍ଵବିଦ୍ୟାଳୟର ନର୍ସିଂ ସ୍କୁଲର ଛାତ୍ରଛାତ୍ରୀ ଏବଂ ରେଡକ୍ରସ ସୋସାଇଟିର ସ୍ବେଚ୍ଛାସେବୀ ମାନଙ୍କ ସମେତ ଜିଲ୍ଲା କିନ୍ନର ସଂଘ ଓ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ହାତରେ ଏଡ଼ସ ସମ୍ବନ୍ଧୀୟ ବିଭିନ୍ନ ସଚେତନତା ମୂଳକ ବ୍ୟାନର ଓ ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।ପରେ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ମୁବାରକ ଅଲ୍ଲୀ ଏହି ସଭା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସଚେତନତା ହିଁ ଏଡ଼ସ ମୂଳୋତ୍ପାଟନ ର ମୂଳମନ୍ତ୍ର । ଏଡ଼ସ ରୋଗୀ କୁ ନୁହଁ , ଏଡ଼ସ ରୋଗକୁ ଘୃଣା କରନ୍ତୁ । ଜୀବନରେ କୌଣସି ଭୁଲ ଯୋଗୁଁ ଏହି ରୋଗ ଆକ୍ରାନ୍ତ ହୋଇଥାଏ । ଏହି ରୋଗ ପାଇଁ ଚିକିତ୍ସା ପ୍ରଣାଳୀ ରହିଛି , ଯାହାଦ୍ଵାରା ସେ ଆଉ ଅଧିକ ୨୦/୨୫ ବର୍ଷ ବଞ୍ଚିପାରିବ ।

ଆକ୍ରାନ୍ତ ରୋଗୀ ଏଥିପ୍ରତି ଭୟଭୀତ ନ ହୋଇ ଚିକିତ୍ସା ପଦ୍ଧତିକୁ ଆପଣାନ୍ତୁ , ବିଭିନ୍ନ ସ୍ତରରେ ମଧ୍ୟ ଏଥିପାଇଁ ବ୍ୟାପକ ଭାବେ ସଚେତନତା କରାଯାଉଛି। । ତେଣୁ ଏହି ରୋଗର ମୂଳୋତ୍ପାଟନ ପାଇଁ ସଚେତନତା ଓ ସାବଧାନତା ହିଁ ମୂଳମନ୍ତ୍ର ବୋଲି କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଡିପିଏଚଓ: ଡ଼ାଃ ପ୍ରଦୀପ କୁମାର ମହାପାତ୍ର , ଏଡିପିଏଚ୍ଓ: ଡ଼ାଃ ରବି ନାରାୟଣ ଦାସ , ଜିଲ୍ଲା ଏଆରଟିସି: ନୋଡାଲ ଅଧିକାରୀ ଡ଼ାଃ ହେନା ପ୍ରସାଦ , ପାଥୋଲୋଜିଷ୍ଟ ଡ଼ାଃ ରାକେଶ ବେହେରା , ଡିଏମଆରସିଏଚ୍: ଶ୍ରୀମତୀ ପ୍ରଣତି ସାହୁ , ସିୟୁଟିଏମ: ନର୍ସିଂ ସ୍କୁଲର ପ୍ରିନସିପାଲ ଡ଼ାଃ ସିଂହମ୍ ପଲ୍ଲୀ ମୋହିନୀ ସନ୍ଧ୍ୟା ଏବଂ ଡିପିଏଚ୍ଇଓ: ଶ୍ରୀମତୀ ନୟନା ମଲ୍ଲିକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଏଡ଼ସ ସତର୍କତା , ଆକ୍ରାନ୍ତ ବ୍ୟକ୍ତି ସମାଜରେ ଯେଭଳି ସାଧାରଣ ଜୀବନ ଯାପନ କରି ସମ୍ମାନର ସହ ବଂଚିପାରିବ ଏବଂ ମା ଗର୍ଭରୁ ସନ୍ତାନଟି ଯେଭଳି ସୁରକ୍ଷିତ ଭାବେ ସଂସାରକୁ ଆସିପାରିବ ଏସବୁ ଉପରେ ବିଶେଷ ଭାବେ ଗୁରୁତ୍ଵ ଦିଆ ଯାଇଥିଲା ।

ଅନ୍ୟପକ୍ଷରେ ଯୁବ ସମାଜ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ କିଭଳି ଏଡ଼ସ ଉପରେ ସଚେତନ କରା ଯାଇପାରିବ , ଯାହାଦ୍ଵାରା କି ସମାଜ ସଚେତନ ହେବା ସହ ଏଡ଼ସ ର ନୂତନ ହାରକୁ ହ୍ରାସ କରିବାରେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା ।କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଜିଲ୍ଲା ଆଇସିଟିସି: ସୁପରଭାଇଜର ଶ୍ରୀ ଶକ୍ତି ପ୍ରସାଦ ପଟ୍ଟନାୟକ ସଂଯୋଜନା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ଏବଂ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସିୟୁଟିଏମ: ର ନର୍ସିଂ ସ୍କୁଲ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ବର ପ୍ରସାଦ ତ୍ରିପାଠୀ , ଟ୍ୟୁଟର ଶ୍ରୀମତୀ ଟି: ସୁନିତା , ସୌମ୍ୟଶ୍ରି ପ୍ରଧାନ , ଗଜପତି ଜିଲ୍ଲା କିନ୍ନର ସଂଘର ସଭାପତି ମଧୁ ବରାଡ ଏବଂ ସମ୍ପାଦିକା ଜସ୍ମିନ ସେଖ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।