୮ମ ରାଜବୋଡା ସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ ଆଜି ଶୁଭସ୍ତମ୍ଭ ଓ କଳାକାର ବରଣ

୮ମ ରାଜବୋଡା ସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ ଆଜି ଶୁଭସ୍ତମ୍ଭ ଓ କଳାକାର ବରଣ
Spread the love

୮ମ ରାଜବୋଡା ସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ ଆଜି ଶୁଭସ୍ତମ୍ଭ ଓ କଳାକାର ବରଣ

ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗୋଇବାହାଳୀ ଠାରେ ଆଜି ସକାଳେ ପ୍ରଥମେ ଗ୍ରାମ ର ଦେବ ଦେବୀ ଙ୍କୁ ପୂଜା କରି ଆରମ୍ଭ ହୋଇ ଥିଲା l ବିଶାଳ କଳସ ଶୋଭା ଯାତ୍ରା ରେ ମଥୁରା ନଗରୀ କର୍ତ୍ତା ଶ୍ରୀମତୀ ଫୁଲ ବେଣୀ ସାହା ଓ ଶ୍ରୀଯୁକ୍ତ ମିନି କେତନ ସାହା ଆସିଥିଲେ l ଏହି ଅବସରରେ ପଲସଦା ଓ କେର୍ମେଳା ବାହାଲ ଗ୍ରାମର ବହୁତ ମହିଳା ପୁରୁଷ ଯୋଗ ଦେଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ଅନେକ ସାଂସ୍କୃତିକ ଦଳ ଯୋଗ ଦେଇ ଥିଲେ l ନୃସିଂହନାଥ ମନ୍ଦିର ରୁ ଆଜ୍ଞ୍ୟା ମାଲ ଆଣି ଥିବା ବିକି, ଧନୁଯ୍ୟ, ସରୋଜ,ସମୀର ଙ୍କ ଠାରୁ କର୍ତ୍ତା ଦୁହେ ଆଜ୍ଞ୍ୟା ମାଲ ଗ୍ରହଣ କରିବା ପରେ ପୂଜାରମ୍ଭ ହୋଇଥିଲା l ଶୁଭ ସ୍ତମ୍ଭ ସ୍ଥାପନ ପରେ ୨୦୨୬ ପାଇଁ କଳାକାର ତଥା କଂସ ମହାରାଜ ରୂପେ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ ଓ କେସି ରୂପେ ସଚିନ ମାଝୀ କୁ ବରଣ କରାଯାଇଥିଲା l ଏହି ଶୁଭ ଅବସରରେ ପଲସଦା ଓ କେର୍ମେଳା ବାହାଲ ଗ୍ରାମ ପଞ୍ଚାୟତ ସମେତ ବିଭିନ୍ନ ଗ୍ରାମ ରୁ ଜନ ସାଧାରଣା ଯୋଗ ଦେଇଥିଲେ l ଉପସ୍ଥିତ ଥିଲେ ସଭାପତି ଭୋଜରାଜ ସିଂ ବରିହା ଉପ ସଭାପତି – ହରି ଚରଣ ସାହୁ, ଡିଲେଶ୍ଵର ସାହୁ, ବିଦ୍ୟାବନ୍ତ ବେହେରା, ସମ୍ପାଦକ – ଦୁଷ୍ମନ୍ତ କୁମାର କାଳୁ, ନୀଳାମ୍ବର ତାଣ୍ଡି, ବିଜୟ ସାହୁ, କୋଷାଧକ୍ୟ – ଭୋଜରାଜ ବିଶି,, ପ୍ରଶାନ୍ତ କୁମାର ସାହୁ, ରମେଶ ତାଣ୍ଡି,ମନରଞ୍ଜନ ସାହୁ, ଜିତୁ ଚରଣ ବିଶି, ସୁରେଶ ଲୁହାର, ଜୟ କୃଷ୍ଣ ସାହୁ, ଦୟା ନିଧି ମେହେର, ମହେନ୍ଦ୍ର ସିଂ ବରିହା, ସଂଜୀବ ସାହୁ ,ନରେନ୍ଦ୍ର ସାହୁ, ସମସ୍ତ ଗ୍ରାମ ର ୱର୍ଡମେମ୍ବର ମଥୁରା ନଗରୀ କମିଟି, ଗୋପ ପୁର କମିଟି, ଉପଦେଷ୍ଟା କମିଟି, ଶାନ୍ତି କମିଟି, ପରିଚାଳନା କମିଟି, ଯୋଗ ଦେଇ ଥିଲେ l ପୁରୋହିତ ଭାବରେ ସରୋଜ କୁମାର ପାଣିଗ୍ରାହୀ ପୂଜା କରି ଥିଲେ, ପରି ଶେଷ ରେ ସମସ୍ତ ଙ୍କ ପାଇଁ ଅନ୍ନଭୋଗ ର
ବ୍ୟବସ୍ଥା କରାଯାଇଥିଲା l