ଲକ୍ଷ୍ମୀପୁରରେ ୱାର୍ଡ ସଂସ୍ଥାର ମାନସିକ ଅସୁସ୍ଥ ମାନଙ୍କ ପାଇଁ ବ୍ରେକ୍ ଦି ସାଇଲେନ୍ସ କାର୍ଯ୍ୟକ୍ରମ

ଲକ୍ଷ୍ମୀପୁରରେ ୱାର୍ଡ ସଂସ୍ଥାର ମାନସିକ ଅସୁସ୍ଥ ମାନଙ୍କ ପାଇଁ ବ୍ରେକ୍ ଦି ସାଇଲେନ୍ସ କାର୍ଯ୍ୟକ୍ରମ
Spread the love

ଲକ୍ଷ୍ମୀପୁରରେ ୱାର୍ଡ ସଂସ୍ଥାର ମାନସିକ ଅସୁସ୍ଥ ମାନଙ୍କ ପାଇଁ ବ୍ରେକ୍ ଦି ସାଇଲେନ୍ସ କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର ବ୍ଳକ କାର୍ଯ୍ଯାଳୟର ସଭାଗୃହରେ ୱାର୍ଡ ସଂସ୍ଥାତରଫରୁ ଦୀର୍ଘ ଛ ବର୍ଷ ଧରି ମାନସିକ ଅସୁସ୍ଥ ମାନଙ୍କ ପାଇଁଚାଲିଥିବା ବ୍ରେକ୍ ଦି ସାଇଲେନ୍ସ କାର୍ଯ୍ୟକ୍ରମର ହସ୍ତାନ୍ତର ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରକଳ୍ପକୁ ଆର୍ଥିକ ସହଯୋଗ କରୁଥିବା ବେଂଗାଲୁରୁର ସ୍ବେଛାସେବୀ ଅନୁଷ୍ଠାନ ଲିଭ୍ ଲଭ୍ ଲାଫ୍ ର କର୍ମକର୍ତ୍ତା ମାତଙ୍ଗୀ ଓ ଦିୟା ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ଯରେ ଅତିଥି ଭାବରେ ପୂର୍ବତନ ବିଧାୟକ କୈଳାସ କୁଲେଶିକା,ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କୁଳେସିକା,ପୂର୍ବତନ ବିଧାୟକ ତଥା ସାଂସଦ ଝିନ ହିକକା,କୌଶଲ୍ୟା ହିକକା ,ସମାଜସେବୀ ତଥା ତାଲିମଦାତ୍ରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ,ଉପାଧ୍ୟକ୍ଷା ଆରତୀ ଖରା,ଡାକ୍ତର ଦଳେଇ,ବିଧାୟକ ପ୍ରତିନିଧି ଓ ସାଂସଦ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ନିଜ ନିଜର ଅଭିଭାଷଣ ଦେଇ ଥିଲେ।ୱାର୍ଡର ନିର୍ଦ୍ଦେଶିକା ଡକ୍ଟର ରାଇଚେଲ କୁମାରୀ ରିପୋର୍ଟ ଉପସ୍ଥାପନ କରିଥିଲେ। ମ୍ୟାନେଜର ପ୍ରୀତି ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସମସ୍ତ ମାନସିକ ଅସୁସ୍ଥ ବ୍ଯକ୍ତି ଓ ଯତ୍ନ କାରୀ ଯୋଗଦେଇ ଥିଲେ।ପ୍ରକଳ୍ପର କର୍ମଚାରୀ,ଗୌରୀ,ଲକ୍ଷ୍ମୀ ରଂଜନ, ମଧୁସ୍ମିତା ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ଯତ୍ନକାରୀଙ୍କୁ ନେଇ ଏକ ମହାସଂଘ ଗଠନ କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ପ୍ରକଳ୍ପକୁ ସେମାନଙ୍କ ଙ୍କୁ ଅତିଥିମାନେ ହସ୍ତାନ୍ତର କରିଥିଲେ। ଉଲ୍ଲେଖଯୋଗ୍ଯ ଯେ ୨୯୮ଜଣ ମାନସିକ ଅସୁସ୍ଥ ବ୍ଯକ୍ତି ସାଧାରଣ ଜୀବନଧାରାକୁ ଫେରିଛନ୍ତି।