ସେମିଳିଗୁଡା ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ସେମିଳିଗୁଡା ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ
Spread the love

ସେମିଳିଗୁଡା ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ସେମିଲିଗୁଡା, ୨୬ ନଭେମ୍ବର: ସେମିଲିଗୁଡା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଦ୍ୱାରା ମହାବିଦ୍ୟାଳୟରେ ୭୬ତମ ସମ୍ବିଧାନ ଦିବସ ଉତ୍ସବ ପାଲିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ରାଜନୀତି ବିଜ୍ଞାନ ବିଭାଗ ପୂର୍ବତନ ଅଧ୍ୟାପକ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ଏବଂ ଶ୍ରୀ ପ୍ରଦୀପ ବେହେରା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ଝାନ୍ସୀ ସିଂହ ଏହି ସଭାର ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ‘ଆମେ ଭାରତୀୟଜନ…’ ପାଠ କରି କରାଯାଇଥିଲା। ଏହାପରେ ସମସ୍ତ ଉପସ୍ଥିତ ଛାତ୍ର-ଛାତ୍ରୀ, ଶିକ୍ଷକ ଏବଂ କର୍ମଚାରୀଙ୍କ ଦ୍ୱାରା ସମ୍ବିଧାନ ପ୍ରତି ନିଷ୍ଠା ଓ ଭାରତୀୟ ଲୋକତନ୍ତ୍ରରେ ଆସ୍ଥା ରଖିବାର ଶପଥ ଗ୍ରହଣ କରାଯାଇଥିଲା।ଏହି ଅବସରରେ ଏକ ମୌଖିକ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା, ଯାହାକି ଭାରତୀୟ ସମ୍ବିଧାନ, ମୌଳିକ ଅଧିକାର, ମୌଳିକ କର୍ତ୍ତବ୍ୟ ଏବଂ ରାଷ୍ଟ୍ରୀୟ ପ୍ରତୀକମାନଙ୍କ ଉପରେ ଆଧାରିତ ଥିଲା। ଏହି ପ୍ରତିଯୋଗିତା ଛାତ୍ର-ଛାତ୍ରୀମାନଙ୍କ ମଧ୍ୟରେ ସମ୍ବିଧାନିକ ଜ୍ଞାନ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ମୁଖ୍ୟ ଅତିଥି ଶ୍ରୀ ଚିତ୍ତରଞ୍ଜନ ମିଶ୍ର ଏବଂ ଶ୍ରୀ ପ୍ରଦୀପ ବେହେରା ସମ୍ବିଧାନର ଐତିହାସିକ ପୃଷ୍ଠଭୂମି, ଏହାର ମୌଳିକ ମୂଲ୍ୟବୋଧ ଏବଂ ଆଧୁନିକ ସମୟରେ ଏହାର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଥିଲେ। ଅଧ୍ୟକ୍ଷା ଝାନ୍ସୀ ସିଂହ କାର୍ଯ୍ୟକ୍ରମର ସଫଳତା ପାଇଁ ରାଜନୀତି ବିଜ୍ଞାନ ବିଭାଗକୁ ଅଭିନନ୍ଦନ ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଯଥା ଦେବରାଜ ନାୟକ, ହରେକୃଷ୍ଣ ସାହୁ, ଡ. ଗୀତା ପଟ୍ଟନାୟକ, ରୋନାଲି ନାୟକ, ପ୍ରେମାନନ୍ଦ, ପିଙ୍କି ଗୋୟେଲ, ବିନୋଦ ଲେଙ୍କା, ବିନୟ ପଣ୍ଡା, ସଙ୍ଗୀତ ପଣ୍ଡା,ଭାଗିରଥି ରାଉତ ,ସୁମିତ୍ରା ଗିରି।report by ch kurma Rao semiliguda