ରାୟଗଡ଼ାର ୩ କୃଷକ ପ୍ରତିନିଧୂଙ୍କ ନାମ ସୁପାରିଶ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ
ରାୟଗଡ଼ା(ଅମୁଲ୍ୟ ନିଶଙ୍କ): ଚଳିତ ୨୦୨୫-୨୬ ଖରିଫ ବର୍ଷରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି (ଡିଏଲପିସି) ବୈଠକରେ ନୂତନ ଭାବେ ଚୟନ ହୋଇଥିବା ୩ଜଣ ଲେଖାଁଏ କୃଷକ ପ୍ରତିନିଧୂମାନେ ଯୋଗ ଦେବାକୁ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଯୋଗାଣ ଅଧୂକାରୀ, ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତାଲିକା ପ୍ରେରଣ କରିଛନ୍ତି I ଉକ୍ତ ତାଲିକା ପ୍ରକାରେ ରାୟଗଡ଼ା ଜିଲ୍ଲାସ୍ତରୀୟ ଡି ଏଲପିସି ବୈଠକ ପାଇଁ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ଟ୍ରକ ମାଲିକ ସଙ୍ଘ ସଭାପତି ୟାଲ୍ଲା ଭେଙ୍କେଟେଶ୍ଵର ରାଓ (କୋଣ୍ଡାବାବୁ),ରାମନାଗୁଡା ପଞ୍ଚାୟତ ସମିତି ଅଧ୍ଯକ୍ଷ ରବି ଶଙ୍କର ଗମାଙ୍ଗ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁମନ୍ତ କୁମାର ମହାରଣାଙ୍କ ନାମକୁ ମନ୍ତ୍ରୀ ସୁପାରିଶ କରିଛନ୍ତି | ରାୟଗଡ଼ା ଜିଲ୍ଲାରେ ଆଗାମୀ ନଭେମ୍ବର ୨୨ତାରିଖରେ ରେ ହେବାକୁ ଯାଉଥିବା ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଉକ୍ତ କୃଷକ ପ୍ରତିନିଧୂମାନେ ଯୋଗ ଦେଇ ମଣ୍ଡି ସୁପରିଚାଳନା, ମଣ୍ଡିରେ କୃଷକଙ୍କ ପାଇଁ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା, ଧାନ କିଣାରେ ହେଉଥିବା ସମସ୍ୟାର ସମାଧାନ, ଡିବିଟି ମାଧ୍ଯମ ରେ କୃଷକଙ୍କୁ ଯଥାଶୀଘ୍ର ବିକ୍ରି ଅର୍ଥ ପ୍ରାପ୍ୟ ହେବା ଓ ଅନ୍ୟାନ୍ୟ ବିଷୟରେ ନିଜ ସୁଚିନ୍ତିତ ନ୍ତିତ ମତାମତ ଗୃହରେ ଉପସ୍ଥାପନା କରିବେ ବୋଲି କୃଷକ ପ୍ରତିନିଧୂ ୟାଲା କୋଣ୍ଡା ବାବୁ,ସୁମନ୍ତ ମହାରଣା ଓ ରବିନାରାୟଣ ଗମାଙ୍ଗ ପ୍ରକାଶ କରିଛନ୍ତି l ଚାଷୀ ମାନେ କିପରି ଭାବେ ଧାନ କୁ ମଣ୍ଡି ରେ ଦେଇ ପାରିବେ ଓ ସେମାନ ଙ୍କ ସରକାର ଙ୍କ ଧର୍ଯ୍ୟ ପ୍ରାପ୍ୟ କିପରି ଭାବେ ପାଇବେ ସେଥିପାଇଁ ମୁଁ ସହଯୋଗ କରିବି ବୋଲି କୋଣ୍ଡା ବାବୁ କହିଛନ୍ତି l
