ଫୁଲବାଣୀ ଠାରେ ଏମ କେ ଏସ ପି ପକ୍ଷରୁ ସ୍ମୃତି ରେ ଅକ୍ଷୟ ସଙ୍ଗୀତ ସନ୍ଧ୍ୟା…

କନ୍ଧମାଳ -୧୮/୧୧(ରିପୋର୍ଟ କୁନା ଦିଗାଲ)ରାଜ୍ୟର ଜଣାଶୁଣା ବିଶିଷ୍ଟ ଗୀତିକାର, ସଙ୍ଗୀତ ନିର୍ଦେଶକ ଅକ୍ଷୟ ମହାନ୍ତି ଙ୍କ ସ୍ମୃତି ରେ ସ୍ଥାନୀୟ ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଏମ କେ ଏସ ପି ପକ୍ଷରୁ ସ୍ମୃତି ତୁମେ ଅକ୍ଷୟ ସଙ୍ଗୀତ ସଂଧ୍ୟା ଅନୁଷ୍ଠିତ ହୋଇଥଲା l ଏହି ଅବସର ରେ ଅନୁଷ୍ଠାନ ର ସଭାପତି ବରିଷ୍ଠ ଆଇନଜୀବି ବିଜୟ ପଟ୍ଟନାୟକ ଙ୍କ ସଭାପତି ରେ ଆୟୋଜିତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସ ନ୍ତୋଷ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ପ୍ରକଳ୍ପ ନିର୍ଦେଶକ ଡ଼୍ୟୁ ଡ଼ା ପ୍ରବୀଣ କୁମାର ବାଣୁଆ, ବରିଷ୍ଠ ସାମ୍ବାଦିକ, ନାଟ୍ୟ କାର, ନାଟ୍ୟ ନିର୍ଦେଶକ ଡ ଅରୁପ ଜେନା, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ନାଟ୍ୟ ପ୍ରେମୀ ସୁନୀଲ ପଟ୍ଟନାୟକ ଯୋଗ ଦେଇ ସ୍ବର୍ଗତ ଅକ୍ଷୟ ମହାନ୍ତି ଙ୍କ ସ୍ମୃତି ଚlରଣ କରିଥିଲେ l ଏହି ଅବସରର ସ୍ଥାନୀୟ ଯୁବ କଳାକାର ମାନେ ଅକ୍ଷୟ ଗାଇଥିବା ଗୀତ ଓ ତାଙ୍କ ଲିଖିତ ଓ ନିର୍ଦ୍ଦେଶନା ରେ ସୁପର ହିଟ ଓଡିଆ ଗୀତ ମାନ ପରିବେଷଣ କରି ଶ୍ରୋତାଙ୍କ ମନ ଜିଣିଥିଲେ lଏହି ଅବସରରେ ସମସ୍ତ କଣ୍ଠ ଶିଳ୍ପି, ବାଦ୍ୟ ଯନ୍ତ୍ର ଶିଳ୍ପୀ ଙ୍କୁ ଅତିଥି ମାନେ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ନୃତ୍ୟ ଶିଳ୍ପୀ ଵିନୋଦ ସାହୂ ମଞ୍ଚ ପରିଚାଳନା କରିଥିଲେ lଏମ କେ ଏସ ପି ସଂପାଦକ ଶରତ କୁମାର ସାହୁ ଧନ୍ୟ ବାଦ ଅର୍ପଣ କରିଥିଲେ l ନାଟ୍ୟ ନିର୍ଦେଶକ ପ୍ରଭାତ ଦାସ, ସଂଗ୍ରାମ ସିଂ ପଟ୍ଟନାୟକ, ବରିଷ୍ଠ ଆଇନଜୀବି ରବୀନ୍ଦ୍ର ନାଥ ମିଶ୍ର, କରୁଣା କର ମଲ୍ଲିକ, ସାମ୍ୱାଦିକ ରଞ୍ଜନ ଦାସ,ବୁଲୁ ଓ ଅନ୍ୟ ମାନେ ସୁଚାରୁରୂପେ ଅୟୋଜନ କରି ଥିଲେ l

Leave a Reply

Your email address will not be published. Required fields are marked *