ଡଦେଙ୍ଗ ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରଦାନ ଦାବୀ ।
ଗଜପତି(ମନୋଜ ପାଢୀ)ଗଜପତି ଜିଲ୍ଲା ମୋହନା ବ୍ଲକ ମଳାସପଦର ପଞ୍ଚାୟତରେ ରହିଥିବା ଡଦେଙ୍ଗ ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ଓ ବିକାଶ କରିବା ନିମନ୍ତେ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନର ଦ୍ବାରସ୍ତ ହୋଇଛନ୍ତି । ଏନେଇ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜୀବ ମଲ୍ଲିକଙ୍କ ନେତୃତ୍ୱରେ ଏକ ଦଳ ପାରଳାଖେମୁଣ୍ଡିରେ ଜିଲ୍ଲାପାଳ ମଧୁମିତାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ । ଏହି ଜଳପ୍ରପାତ ବହୁ ପ୍ରାଚୀନ କାଳରୁ ରହିଛି । ଡଦେଙ୍ଗ ଜଳପ୍ରପାତଟି ମୋହନା ଠାରୁ ୨୮କିମି ଦୂରରେ ମଳାସପଦର ପଞ୍ଚାୟତର କେହେଲିଗୁଡା ଓ ପାକେଲିଗୁଡା ଗ୍ରାମ ନିକଟରେ ରହିଛି ।ଯଦି ମୋହନା ଠାରୁ କେନ୍ଦୁପଦା, ବାଞ୍ଜମା, ଦେବାଗୁଡା, କେହେଲିଗୁଡା ଓ ପାକେଲିଗୁଡା ଦେଇ ସଡକ ନିର୍ମାଣ କଲେ ଏହାର ଦୂରତା ୧୫କିମି ହେବ । ଏନେଇ ଏହି ଗ୍ରାମବାସୀ ମାନେ ୨୦୨୪ ମସିହାରୁ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉନଥିଲେ । ସେହି କାରଣରୁ ସେମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ମଲାସପଦର ପଞ୍ଚୟତର ୱାର୍ଡ ସଭ୍ୟ ଅଜିତ ମଲ୍ଲିକ, କାଳୁଚରଣ ମଲ୍ଲିକ, ମନୋଜ ମଲ୍ଲିକ, ସୁରେଶ ମଲ୍ଲିକ, ତାମ୍ବା ମଲ୍ଲିକଙ୍କ ସମେତ ବିଭିନ୍ନ ଗ୍ରାମର ଲୋକମାନ ଉପସ୍ଥିତ ଥିଲେ । ଜିଲ୍ଲାପାଳ ମଧୁମିତା ଏ ବିଷୟରେ ପର୍ଯ୍ୟଟନ ବିଭାଗକୁ ଅବଗତ କରାଇବେ ବୋଲି କହିଥିଲେ ।

