ପାରଳାଖେମୁଣ୍ଡି ସ୍ଥିତ ମା’ ବନଦୁର୍ଗା ମନ୍ଦିର ଚୋରି ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ । ଗଜପତି:14/11(ମନୋଜ ପାଢୀ) ସାଢ଼େ ଚାରିମାସରେ ଫଇସଲା କଲେ ଅଦାଲତ ଦିନକୁ ଦିନ ବିଭିନ୍ନ ମନ୍ଦିର ତଥା ଘରେ ଚୋରି ଖବର ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ଅଦାଲତରୁ ଆସିଛି। ଖବର ମୁତାବକ ତା ୨୪-୦୬-୨୦୨୫ରିଖରେ ପାରଳାଖେମୁଣ୍ଡିସ୍ଥିତ ମାଆ ବନଦୁର୍ଗା ମନ୍ଦିରରେ ହୋଇଥିବା ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ସଜା ମିଳିଛି। ସୂଚନାଯୋଗ୍ୟ, ତା ୨୪-୦୬-୨୦୨୫ ରିଖ ଦିନ ୧୧ଟା ସମୟରେ ଯେତେବେଳେ ଏତଲାକାରି ପୂଜକ ମୁନା କାରୁଣ୍ୟ, ମନ୍ଦିରରେ ପୂଜା ସାରି ମନ୍ଦିର ଅଫିସରେ ଲୁଗା ବଦଳେଇବା ସମୟରେ ଅଫିସରେ ଲାଗିଥିବା ସିସିଟିଭିରେ ଦେଖିବାକୁ ପାଇଲେ ଯେ, କେହି ଜଣେ ମାଆ ବନଦୁର୍ଗାଙ୍କ ପିନ୍ଧିଥିବା ସୁନାଗହଣା ନିଜ ପକେଟରେ ଭର୍ତ୍ତି କରି ପଳେଇଯାଉଛି। ଏହା ଦେଖି ସେ ପାଟି କରିବାରୁ ସେଠାରେ ଲୋକମାନେ ଏକତ୍ରିତ ହୋଇ ଦୌଡ଼ି ପଳାଉଥିବା ଚୋରକୁ କାବୁ କରିନେଇଥିଲେ ଓ ପୋଲିସକୁ ଫୋନ କରି ଚୋରକୁ ହସ୍ତାନ୍ତର କରିଥିଲେ। ପରେ ଜଣାପଡିଥିଲା ଯେ, ଆସାମୀ ଜଣକ ସ୍ଥାନୀୟ ଜଙ୍ଗମ ସାହିର ପୋଲମହାନ୍ତି ପ୍ରସାଦ ରାଓ। ପରେ ଏତଲାକାରି ପୂଜକ ଏକ ମାମଲା ପାରଳାଖେମୁଣ୍ଡି ଥାନାରେ ମାମଲା ନମ୍ବର ୧୩୮ରେ ଉପରୋକ୍ତ ଅଭିଯୁକ୍ତଙ୍କ ନାମରେ ରୁଜୁ କରିଥିଲେ ଓ ସବ-ଇନ୍ସପେକ୍ଟର ଲକ୍ଷ୍ମଣ ବେଶ୍ରା ଉକ୍ତ ମାମଲାର ତଦନ୍ତ କରି ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ।୮ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ଆଜି ମାନ୍ୟବର ଜେଏମ୍ଏଫସି (ଏଲ.ଆର. ଓ ଏଲ.ଟି.ଭି.) ସତ୍ୟଜିତ ପାଣି ଅଭିଯୁକ୍ତଙ୍କ ବୟସକୁ ନଜରରେ ରଖି ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୫ (ମନ୍ଦିରରେ ପଶି ଚୋରି କରିବା)ରେ ୬ମାସର ସଜା ଓ ୫୦୦ଟଙ୍କାର ଜୋରିମାନା ତଥା ଧାରା ୩୩୧(୩) (ଲୁଚିଛପି ଘଟଣା ଘଟାଇବା) ରେ ୬ମାସର ସଜା ଓ ୫୦୦ଟଙ୍କା ଜୋରିମାନାରେ ଉକ୍ତ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଏଲ. ସଞ୍ଜୟ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାରେ ତ୍ୱରିତ ବିଚାର କରାଯାଇ ମାତ୍ର ସାଢେ ଚାରିମାସରେ ଦୋଷୀକୁ ଦଣ୍ଡିତ କରାଯାଇଛି।
Related Posts
‘ଅରୁଣିମା–୨୦୨୬’ରେ ୬୩୩ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍, ମହିଳା ଓ କୃଷକଙ୍କ ସକ୍ରିୟ ଅଂଶଗ୍ରହଣ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ‘ଅରୁଣିମା–୨୦୨୬’ ୬୩୩ ମେଧାବୀଙ୍କୁ ଜ୍ୟୋତି ଫେଲୋସିପ୍ମହିଳା ସଶକ୍ତିକରଣ ଓ ଜୀବିକା କର୍ମଶାଳାରେ ୫୩୮ ଚାଷୀ, ୩୪୫ ମହିଳାଙ୍କ ସକ୍ରିୟ ଅଂଶଗ୍ରହଣ ବ୍ରହ୍ମପୁର, ୧୭ ଫେବୃଆରୀ…
ପ୍ରେମରେ ବିଫଳ ହୋଇ ଏମିତି ଚରମ ନିଷ୍ପତ୍ତି ନେଲେ ପ୍ରେମିକ, ପରିବାର ଲୋକେ ଶୋଇଥିବାବେଳେ କଲେ ଏହି କାମ
ପ୍ରେମରେ ବିଫଳ ହୋଇ ଏମିତି ଚରମ ନିଷ୍ପତ୍ତି ନେଲେ ପ୍ରେମିକ, ପରିବାର ଲୋକେ ଶୋଇଥିବାବେଳେ କଲେ ଏହି କାମ… ରାୟଗଡ଼ା,୧୪ା୮: ପ୍ରେମରେ ପ୍ରତାରଣା ପାଇବା ପରେ ଜଣେ…
ବିଦ୍ୟୁତ ଆଘାତ ରେ ଯୁବକ ମୃତ
ବିଦ୍ୟୁତ ଆଘାତ ରେ ଯୁବକ ମୃତ lଆର,ଉଦୟଗିରି ୨୪/୮/୨୫..(ମନୋଜ ପାଢୀ ) ଗଜପତି ଜ଼ିଲ୍ଲା ଅଡବା ଥାନା ବିରିକୋଟ ଗ୍ରାମରେ ଜଣେ ବ୍ୟକ୍ତି ଙ୍କ ଘରେ ଇଲେକ୍ଟ୍ରିକ୍…
