ପ୍ରସ୍ତାବିତ ବାଲ୍ୟ ବିବାହକୁ ଅଟକାଇଲା ଗଜପତି ଜିଲ୍ଲା ଚାଇଲ୍ଡ ହେଲ୍ପଲାଇନ l
ଗଜପତି:୧୨/୧୧(ମନେlଜ ପାଢୀ)ଗଜପତି ଜିଲ୍ଲା ଚାଇଲ୍ଡ ହେଲ୍ସଲାଇନ ପ୍ରକଳ୍ପ ସଂଯୋଜିକା ବୈଶାଳୀ ପଟ୍ଟନାୟକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆୟୋଜିତ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ବନ୍ଦ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ଏନ.ଏସି.ର ୱର୍ଡନଂ ୭ ରେ ବାଲ୍ୟ ବିବାହ କରାଯିବା ପାଇଁ ଉଦ୍ୟମ ଆରମ୍ଭ କରାଯାଉଥିଲା. ଏହି ଖବରକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧୂକାରୀ ସଙ୍ଗେ ସଙ୍ଗେ କାଶୀନଗର ଶିଶୁ ବିକାଶ ପ୍ରକଳ୍ପ ଅଧୂକାରିଣୀଙ୍କୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ କାଶୀନଗର ଆଇସିଡିଏସର ସୁପରଭାଇଜର୍ ପଦ୍ମାବତୀ ନାଗବଂଶ, କାଶୀନଗର ଥାନା ଏସଆଇ ଆଲୋକରଞ୍ଜନ ଜଗଦଳ, ସଖୀ କେନ୍ଦ୍ରର ସଦସ୍ୟା, ଆଭା, ଏନଜିଓ ସଦସ୍ୟ।ର ପ୍ରିୟଙ୍କା ପରିଡ଼ା ଏବଂ ମହିଳା hub ର ସଦସ୍ୟଙ୍କୁ ନେଇ ମିଳିତ ଭାବରେ ଏକଟିମ୍ ଗଠନ କରାଯାଇଥିଲା,ପରେ ସେ ଗ୍ରାମକୁ ଯାଇ ବାଲ୍ୟ ବିବାହ କରିବାକୁ ଥିବା ପ୍ରସ୍ତାବିତ ପରିବାରକୁ ବାଲ୍ୟ ବିବାହ ନିରୋଧ ଆଇନ ଓ ତାର ଦଣ୍ଡ ବିଧାନ ବିଷୟରେ ବୁଝାଯାଇଥିଲା. ଏଥିରେ ଝିଅଟିର ବୟସ ୧୫ ବର୍ଷ ୮ ମାସ ହୋଇଥିବାରୁ ଝିଅକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ଗଜପତିଙ୍କ ଠାରେ ଉପସ୍ଥାପନା କରାଯାଇଥିଲା । ଶିଶୁଟିର ଉଜ୍ଜ୍ଵଳ ଭବିଷ୍ୟତ ନିମନ୍ତେ ପରିବାରର ସଦସ୍ୟ ଆଗାମୀ ଦିନରେ ଶିଶୁକୁ ପାଠ ପଢାଇବେ ଏବଂ ବୟସ ନହେବା ପର୍ଯ୍ୟନ୍ତ ବିବାହ କରିବୁ ନାହିଁ ବୋଲି ଲିଖୂତ ଭାବେ ଦେଇଥିଲେ।
