ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ “ସାଇବର ଅପରାଧର ସୁରକ୍ଷା ଅଭିଯାନ : ବିରାଟ ପଦଯାତ୍ରା ସମେତ ସଚେତନତା ସଭା କାର୍ଯ୍ୟକ୍ରମ l
ଗଜପତି (ମନେlଜ ପାଢୀ)
” ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା-୨୦୨୫” ଅବସରରେ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ”ସାଇବର
ଅପରାଧ ସୁରକ୍ଷା ଅଭିଯାନ ସମ୍ପର୍କିତ ସଚେତନତା ଅଭିଯାନ” ସମେତ ଏକ ବିରାଟ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସ୍ଥାନୀୟ ପ୍ୟାଲେସ ଛକଠାରୁ ଆଦର୍ଶ ପୋଲିସ ଥାନା ପର୍ଯ୍ୟନ୍ତ ସାଇବର ଅପରାଧର ସୁରକ୍ଷା ଉପରେ ଏକ ବିରାଟ ସଚେତନତା ପଦଯାତ୍ରା ବାହାରିଥିଲା । ଏହାକୁ ଜିଲ୍ଲା ଏସପି: ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ । ଏଥିରେ ପୋଲିସ କର୍ମଚାରୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିଲେ ।
ପରେ ଆଦର୍ଶ ପୋଲିସ ଥାନା ପରିସରରେ ସାଇବର ସୁରକ୍ଷା ଉପରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଆଦର୍ଶ ଟାଉନ ଥାନାର ଥାନାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତିଙ୍କ କାର୍ଯ୍ୟକ୍ରମ ପରିଚାଳନା କରି ମୋବାଇଲ ଫୋନ କିମ୍ବା ଇ-ମେଲ୍ କିମ୍ବା ଲାପଟପ୍ ପ୍ରଭୃତି ଇଣ୍ଟରନେଟ ମାଧ୍ୟମରେ ଯେଉଁ କ୍ଷତି ହୋଇଥାଏ , ତାହାକୁ ହିଁ ସାଇବର ଅପରାଧ କୁହା ଯାଇଥାଏ ବୋଲି କହି ଏଥିରେ କେବଳ ଛାତ୍ରଛାତ୍ରୀ କି ଯୁବପିଢି କି ବୟସ୍କ ବ୍ୟକ୍ତି ନୁହନ୍ତି , ଏମିତିକି ବିଭିନ୍ନ ବିଭାଗୀୟ ସରକାରୀ କର୍ମଚାରୀ ଓ ଅଧିକାରୀ ମଧ୍ୟ ସାଇବର ଅପରାଧୀଙ୍କ ଠକାମିର ଶିକାର ହୋଇଥାନ୍ତି ବୋଲି କହିଥିଲେ ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ସାଇବର ଅପରାଧ କଣ , ଏହା କିଭଳି ହୋଇଥାଏ ଏବଂ ବିଶେଷ କରି କେଉଁ ମାନେ ଏହି ସାଇବର ଅପରାଧର ଶିକାର ହୋଇଥାନ୍ତି ଓ କିଭଳି ଏହାର ବିଭିନ୍ନ ଦିଗ ସମ୍ପର୍କରେ କହି ସାଇବର ଅପରାଧରୁ ନିଜକୁ କିଭଳି ବଞ୍ଚାଇ ସୁରକ୍ଷିତ ରଖିବାକୁ ହେବ ତେଣୁ ଏ ଦିଗରେ ସଚେତନତା ହିଁ ମୂଳମନ୍ତ୍ର ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଡିଏଫ୍ଓ: ଶ୍ରୀ କେ: ନାଗରାଜୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାଇବର ଅପରାଧି ମାନେ , ସଚେତନ ନ ଥିବା ଯୁବପିଢି ଏବଂ ବୟସ୍କ ବ୍ୟକ୍ତି ମାନଙ୍କୁ ଟାର୍ଗେଟ କରି କିଭଳି ଅତ୍ୟନ୍ତ ଚତୁରତାର ସହ ଠକି ନେଇଥାନ୍ତି ଏବଂ ସେମାନେ ଯୁବପିଢି ଓ ବୟସ୍କ ବ୍ୟକ୍ତି ମାନଙ୍କୁ ମିଥ୍ୟା ପ୍ରଲୋଭିତରେ ପ୍ରୋତ୍ସାହିତ କରି ଏବଂ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ କିଭଳି ସେମାନଙ୍କ ସାଇବର ଜାଲରେ ପକାଇ ଅପରାଧ ଘଟାଇଥାନ୍ତି ଏବଂ ଜନସାଧାରଣ ସେମାନଙ୍କ କଷ୍ଟ ଉପାର୍ଜିତ ଧନ ସଂପତ୍ତି ସାଇବର ଅପରାଧର ଠାରୁ କିଭଳି ସୁରକ୍ଷିତ ରଖିବେ ଏବଂ ସାଇବର ଅପରାଧ ଘଟିଲେ ତୁରନ୍ତ ୩ ଘଣ୍ଟା ମଧ୍ୟରେ କିଭଳି ପୋଲିସର ସହାୟତା ଲୋଡ଼ିବେ , ସେ ସମ୍ପର୍କରେ କହିଥିଲେ ।
କାର୍ଯ୍ୟକ୍ରମରେ ସାଇବର ଏକ୍ସପାର୍ଟ ଶ୍ରୀ ସଞ୍ଜୟ ପାଢୀଙ୍କ ସମେତ ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ , ଲିଡ ବ୍ୟାଙ୍କ୍ ମ୍ୟାନେଜର ଶ୍ରୀ ମହେଶ୍ୱର ମଣ୍ଡଳ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ସାଇବର ଠକେଇ , ଫିସିଂ ଆତାକ , ଅନଲାଇନ୍ ହ୍ୟାକିଂ ଏବଂ ଅନ୍ୟାନ୍ୟ ଡିଜିଟାଲ ବିପଦ ଗୁଡ଼ିକ ଉପରେ କହି ସାଇବର ସୁରକ୍ଷା ଉପରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
ଶେଷରେ ହେଡ଼କ୍ୱାଟର ଡିଏସପି: ଶ୍ରୀ ଅମିତାଭ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସଭା କାର୍ଯ୍ୟକ୍ରମକୁ ଆଦର୍ଶ ଟାଉନ ଥାନାର ଆଇ:ଆଇ:ସି: ଶ୍ରୀ ପ୍ରଶାନ୍ତ କୁମାର ଭୂପତି ସଞ୍ଚାଳନ କରିଥିବା ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *