ମୋହନା ଥାନା ଅଂଚଳରୁ ଜଣକୁ ଗଞ୍ଜେଇ ଚୋରା କାରବାରରେ ଜଡିତ ଥିବା ଯୋଗୁଁ ଉଠାଇ ନେଲା ଆନ୍ଧ୍ର ପୁଲିସ l

ଗଜପତି:୧୨/୧୧(ମନେlଜ ପାଢୀ)ଗଜପତିର ଜଣକୁ ଗଞ୍ଜେଇ ଚୋରା କାରବାରରେ ଜଡିତ ଥିବା ଯୋଗୁଁ ଆନ୍ଧ୍ର ପୁଲିସ ଉଠାଇ ନେଇଥିବା ସୂଚନା ମିଳିଛି l ଏହି ଜିଲ୍ଲାର ମୋହନା ଥାନା ଗୋବିନ୍ଦପୁର ପଞ୍ଚାୟତ ଜିରାଙ୍ଗପଙ୍କାଳ ଗ୍ରାମରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ଉଠାଇ ନେଇଛି ଆନ୍ଧ୍ରପ୍ରଦେଶ ପୁଲିସ। ଗିରଫ ଅଭିଯୁକ୍ତ ହେମନ୍ତ୍ର ଜାନି (୨୫)। ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ରେଳବାଇ ପୁଲିସ ଏସ୍‌ଆଇ ରାମା ରାଓଙ୍କ ସୂଚନା ପ୍ରକାରେ ଗତ ଜୁଲାଇ ୧୭ ତାରିଖରେ ବିଶାଖାପାଟଣା ରେଳ ଷ୍ଟେସନରେ ଜଣେ ଯୁବକ ୧୩ କିଲୋ ଗଞ୍ଜେଇ ସହ ଧରା ପଡିଥିଲା l ଏଥିରେ ଗଜପତିର ମୋହନା ଥାନା ଜରଉ ଗ୍ରାମର ଦେବେନ୍ଦ୍ର ମଣ୍ଡଳକୁ ଗିରଫ କରିଥିଲା ଆନ୍ଧ୍ର ପୁଲିସ । ଏହି ଘଟଣାର ତଦନ୍ତ ପରେ ଭକ୍ତ ଗଞ୍ଜେଇ ହେମନ୍ତ ଠାରୁ ଆଣିଥିବା ନେଇ ଦେବେନ୍ଦ୍ର ପୁଲିସକୁ ସୂଚନା ଦେଇଥିଲା। ଏହି ଆଧାରରେ ଗତକାଲି ଆନ୍ଧ୍ର ପୁଲିସ ମୋହନା ପୁଲିସ ସହାୟତାରେ ମୋବାଇଲ ଟ୍ରାକ କରି ଜିରାଙ୍ଗପଙ୍କାଳ ଗ୍ରାମରେ ଚଢ଼ଉ କରି ହେମନ୍ତ୍ରକୁ ଗିରଫ କରି ବିଶାଖାପାଟଣାକୁ ଉଠାଇ ନେଇଥିବା ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *