ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରୋଡ୍‌ ସୋ’

ନୂଆପଡ଼ା, ୮ ନଭେମ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆପଡ଼ା ଜିଲ୍ଲାରେ ରୋଡ୍‌ ସୋ’ କରି ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି। ରୋଡ୍‌ ସୋ’ ନୂଆପଡ଼ାରୁ ଖରିଆର ରୋଡ୍‌ ଅଭିମୁଖେ ଆରମ୍ଭ ହୋଇଛି।ଏହି ରୋଡ୍‌ ସୋ’ରେ ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସହିତ ଅନେକ ବିଜେପି ନେତା ଓ କର୍ମୀ ଯୋଗଦେଇଛନ୍ତି।ମୁଖ୍ୟମନ୍ତ୍ରୀ ମାଝୀ ରୋଡ୍‌ ସୋ’ ମାଧ୍ୟମରେ ସାଧାରଣ ଜନତାଙ୍କ ସହିତ ମିଳି ରାଜ୍ୟ ସରକାରଙ୍କ ନିକଟ ସେବା ଓ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସନ୍ଦେଶ ଦେଇଛନ୍ତି। ଅଞ୍ଚଳରେ ଉତ୍ସାହ ଓ ଭିଡ଼ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *