ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଷ୍ୟ ସମାଜ ର 53 ତମ ବୋଇତ ବନ୍ଧାଣ ଓ ଶୀତ ବସ୍ତ୍ର ବଣ୍ଟନ ।

ଗଜପତି(ମନୋଜ ପାଢୀ) ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଷ୍ୟ ସମାଜର 53 ତମ ବୋଇତ ବନ୍ଧାଣ ଓ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ କେନ୍ଦ୍ରୀୟ ପରିଷଦ ଆନୁକୁଲ୍ୟରେ ପଣ୍ଡିରି ଆଞ୍ଚଳିକ ପରିଷଦ ଠାରେ କେନ୍ଦ୍ରୀୟ ପରିଷଦ ସଭାପତିଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରୀୟ ପରିଷଦ କର୍ମକର୍ତ୍ତା ,ଆଂଚଳିକ ପରିଷଦ କର୍ମକର୍ତ୍ତା, ଗ୍ରାମ୍ୟ ପରିଷଦ କର୍ମକର୍ତ୍ତା ଓ ସମସ୍ତ ଗ୍ରାମ୍ୟ ପରିଷଦର 1000 ରୁ ଉର୍ଦ୍ଧ ଜାତି ଭାଇ ଓ ଭଉଣୀ ମାନେ ଠାକୁରାଣୀ ମନ୍ଦିର ଠାରେ ଏକତ୍ରିତ ହୋଇ ଗ୍ରାମ ପରିକ୍ରମା କରି ବାହୁଦା ନଦୀ ଘାଟ ଠାରେ ବୋଇତ ବନ୍ଧାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତତ୍ ସଙ୍ଗେ ସଙ୍ଗେ ପାଣ୍ଡିରୀ ଆଞ୍ଚଳିକ କାର୍ଯ୍ୟଳୟ ଠାରେ ଅସହାୟ, ବରିଷ୍ଠ ନାଗରିକ , ବିକଳାଙ୍ଗ ଜାତି ଭାଇ ଓ ଭଉଣୀ ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା । କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀଯୁକ୍ତ ଦଣ୍ଡlସି ସାହୁ, ସମ୍ପାଦକ ଲକ୍ଷ୍ମଣ ସାହୁ, ଶ୍ରୀ ଯୋଗୀ ସାହୁ, ନିବlର୍ଚନ ଅଧିକାରୀ ଶ୍ରୀ ଧରମା ସାହୁ, ଉପସଭାପତି ପ୍ରଶାନ୍ତ ସାହୁ, ପ୍ରସନ୍ତକୁମାର ସାହୁ, ସଂଗଠନ ସମ୍ପାଦକ ଶ୍ରୀ ନୀଳମଣି ସାହୁ, ଶ୍ରୀ ଦଣ୍ଡ ସାହୁ , ପ୍ରଶାନ୍ତ ସାହୁ , ବାୟା ସାହୁ, କୃଷ୍ଣ ସାହୁ, ଶ୍ରୀ ବିନୋଦ ସାହୁ , ଅକ୍ଷୟ ସାହୁ ଓ ସମସ୍ତ କର୍ମକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରେ କାର୍ଯ୍ୟ କର୍ମ ପରିଚାଳିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *