ଭୁବନେଶ୍ୱର: ସୁଭଦ୍ରା ଶକ୍ତି ମେଳାରେ ରଙ୍ଗିନ ଝଲକ — କୋରାପୁଟର କଫି, କନ୍ଧମାଳର ଆରିସା ଓ ବନଜାତ ସାମଗ୍ରୀରେ ମହକୁଛି ପଡ଼ିଆ

ଭୁବନେଶ୍ୱର, ୪ ନଭେମ୍ବର (Information Media):କୋରାପୁଟର ଗନ୍ଧମାଦନ ପର୍ବତର କଫି ଗନ୍ଧ ଓ କନ୍ଧମାଳର ଘିଅଯୁକ୍ତ ବାଜରା ଆରିସାର ବାସ୍ନା ମିଶି ମହକୁଛି ସୁଭଦ୍ରା ଶକ୍ତି ମେଳା ପଡ଼ିଆ। କିଏ ହରିଡ଼ା, ବାହାଡ଼ା, ସିକାକାଇ ଭଳି ବନଜାତ ସାମଗ୍ରୀ କିଣି ଗାଁ ମାଟିର ସ୍ୱାଦ ନେଉଛି, ତ କିଏ ପଟ୍ଟଚିତ୍ର ଶାଢ଼ି, ଓଢ଼ଣୀ ଓ ମନିପର୍ସ କିଣି ପରିବାର ଲୋକଙ୍କୁ ଭିଡ଼ିଓ କଲରେ ଦେଖାଉଛି।ଏପରି ସଜିଛି ପ୍ରଦର୍ଶନୀ ପଡ଼ିଆ, ଯେଉଁଠାରେ ଗରମ ଗରମ ମାଣ୍ଡିଆ ସୁପ୍‌ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକମାନେ। ଏହି ମେଳାରେ ଓଡ଼ିଶା ସହ ପଞ୍ଜାବ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ବିହାର, ତେଲଙ୍ଗାନା ଓ ଗୁଜୁରାଟ ପରି ଅନ୍ୟାନ୍ୟ ରାଜ୍ୟରୁ ମହିଳାମାନେ ନିଜ ଷ୍ଟଲ୍‌ ପକେଇ ନିଜସ୍ଵ ଉତ୍ପାଦନ ପ୍ରଦର୍ଶନ କରୁଛନ୍ତି।

Leave a Reply

Your email address will not be published. Required fields are marked *