ଫୁଲବାଣୀ ରୋଟାରୀ କ୍ଲବ ତରଫରୁଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ…
କନ୍ଧମାଳ -4/11( ରିପୋର୍ଟ କୁନା ଦିଗାଲ)୨୦୨୪-୨ ୫ବର୍ଷ ରେ ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଫୁଲବାଣୀ ରୋଟାରୀ କ୍ଲବ ପୁରସ୍କୃତ ହୋଇଛି l ଭୁ ବେନେଶ୍ୱର୍ ରେଳ ବାଇ ସମ୍ମିଳନୀ କକ୍ଷ ଠାରେଆୟୋଜିତ ରାଜ୍ୟ ସ୍ତରୀୟ ଅର୍ଜୁନ ଆୱାର୍ଡ଼ ସମାରୋହ ରେ ୨୦୨୪-୨୫ ର ଆର୍ ଆଇ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯଜ୍ଞାଶିସ ମହାପାତ୍ର ଓ ଇତୁଲ ମହାପାତ୍ର ଏହି ପୁରସ୍କାର ପ୍ରଦାନ କରିଛନ୍ତି l ସେହିପରି ଫାଇଭ ଷ୍ଟାର କ୍ଲବ୍ ଭାବେ ଫୁଲବାଣୀ ରୋଟାରୀ କ୍ଲବ ପୁରସ୍କୃତ ହୋଇଛି lସେହି ବର୍ଷ ଫୁଲବାଣୀ ରୋଟାରୀ କ୍ଲବ ସଭାପତି ତଥା ବରିଷ୍ଠ ସମାଜସେବୀବିପ୍ର ଚରଣ ପାତ୍ର ଓ ସଂପାଦକ ତଥା ଆଇନଜୀବି ବିଜୟ କୃଷ୍ଣ ପଟନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ l ପୁରସ୍କାର ପାଇବା ପରେ ଖୁସି ବ୍ୟକ୍ତ କରିବା ସହ ଏହା ଆଗକୁ ଅଧିକ ଭଲ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିବ ବୋଲି ସଭାପତି ପାତ୍ର ଓ ସଂପାଦକ ପଟନାୟକ କହିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ରୋଟlରିଆନ ରବୀ ନାରାୟଣ ସୁବୁଦ୍ଧି, ପ୍ରଶାନ୍ତ ପାଣିଗ୍ରାହି, ସୁନୀଲ ପଟ୍ଟନାୟକ, ପ୍ରକାଶ ପଣ୍ଡା, ବିରଜା ନାହାକ, କୁନ୍ଦନ ସିଂହ, ସର୍ବେଶ୍ଵର ମିଶ୍ର, ସିମlଞ୍ଚଳ ବେହେରା, ରାଜେଶ ପାତ୍ର, ଉର୍ମିଳା ପଣ୍ଡା ଶରତ କୁମାର ସୁବୁଦ୍ଧି ଉପସ୍ଥିତ ଥିଲେ l ସେହିପରି ଦୀର୍ଘ ବର୍ଷ ଧରି ରୋଟାରୀ ରେ ରହି କାର୍ଯ୍ୟ କରିଆସିଥିବା ରୁ ବ୍ୟକ୍ତି ଗତ ସ୍ତରରେ ବିପ୍ର ଚରଣ ପାତ୍ର,ରବୀ ସୁବୁଦ୍ଧି, ପ୍ରଶାନ୍ତ କୁମାର ପାଣିଗ୍ରାହି, ପ୍ରକାଶ ପଣ୍ଡା, ବିଜୟ ପଟ୍ଟନାୟକ, କୁନ୍ଦନ ସିଂହ, ପ୍ରମୁଖ ଙ୍କୁ ମଧ୍ଯ ମାନ ପାତ୍ର ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ ହୋଇଥିଲେ l
