ଗଜପତିର କାଶୀନଗର ଓ ମୋହନା ତହସିଲରେ ଉପ ନିବନ୍ଧକ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଆଭାସୀ ଦ୍ୱାରା ଉଦଘାଟନ କଲେ ।
ଗଜପତି, 2/11(ମନୋଜ ପାଢୀ): ଗଜପତି ଜିଲ୍ଲାର କାଶୀନଗର ଓ ମୋହନା ତହସିଲ କାର୍ଯ୍ୟାଳୟରେ ଉପ ନିବନ୍ଧକ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି l ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଉଦଘାଟନ ସମୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ l ରାଜ୍ୟର ୪୪ ଟି ଉପ ନିବନ୍ଧକ କାର୍ଯ୍ୟାଳୟ ଉଦଘାଟିତ ହୋଇଥିବା ବେଳେ ଗଜପତିରେ କାଶୀନଗର ଓ ମୋହନାରେ ଉପ ନିବନ୍ଧକ କାର୍ଯାଳୟ ଜନ ସାଧାରଣଙ୍କ ସେବା ପାଇଁ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି. କାଶୀନଗର ଓ ମୋହନା ବ୍ଲକ କାର୍ଯ୍ୟାଳୟରେ ଥିବା ଭିଡିଓ କନଫେରେନ୍ସ କକ୍ଷରେ ସ୍ୱତନ୍ତ୍ର ବ୍ୟବସ୍ଥା ଦ୍ୱାରା ଏହି ଉଦଘାଟନ କରାଯାଇଥିଲା । ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବିଡ଼ିଓ ରାଜୀବ ଦାସ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ତହସିଲଦାର ଚକ୍ରଧର ପାଢ଼ୀ ଓ ରାଜସ୍ବ କର୍ମଚାରୀ ଉପସ୍ଥିତ ଥିଲେ l ପରେ ତହସିଲ କାର୍ଯ୍ୟାଳୟ ଯାଇ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠରୀକୁ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଉଦଘାଟନ କରିଥିଲେ । ନୂତନ ଭାବେ ଆରମ୍ଭ ହୋଇଥିବା ଏହି 2 ଗୋଟି ଉପ ନିବନ୍ଧକ କାର୍ଯାଳୟ ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ରହୁଥିବା ତହସିଲଦାରଙ୍କ ଦ୍ୱାରା ପରିଚାଳିତ ହେବ ବୋଲି ସୂଚନା ମିଳିଛି ।
