ଭାଗିରଥି ହତ୍ୟା ମାମଲାରେ ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ଜ଼ିଲ୍ଲା ବିଜେଡି ସଭାପତି ଭାସ୍କର ରାଓ ଙ୍କ ସମେତ ୬ ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ
ରାୟଗଡ : ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓ ଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରବାନା (ଏନବିଡବ୍ଲ୍ୟୁ) ଜାରି ହୋଇଥିଲେ ସୁଦ୍ଧା ! ତାଙ୍କୁ ପୁଲିସ ( ପିଏସଓ) ସୁରକ୍ଷା ଯୋଗାଇଛନ୍ତି ସରକାର . ହେଲେ ତାଙ୍କ ନାମରେ ଆଜି ଏନବି ଡବ୍ଲୁ ଜାରି ହେବା ପରେ ୱାରେଣ୍ଟି ଅର୍ଡର ପୁଲିସ ପାଖରେ ପହଂଚି ନଥିବା ନେଇ ପୁଲିସ ସୂତ୍ରରୁ ଜଣାପଡିଛି . ବହୁ ଚର୍ଚ୍ଚିତ ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ଏନ.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାମରେ ଆଜି ରାୟଗଡ ଏସ.ଡି.ଜେ.ଏମ କୋର୍ଟ ଜାମିନ ବିହିନ ଗିରଫ ପରୱାନା (ଏନ.ବି.ଡବ୍ଲ୍ୟୁ ) ଜାରି ହୋଇଥିବା ନେଇ ଜଣାପଡିଛି। ଭାସ୍କର ରାଓଙ୍କ ସମେତ, ଭେଙ୍କେଟେଶ୍ବର ରାଓ , କେ. କ୍ରୀଷ୍ନା ରାଓ, ଇପିଲି ସନ୍ୟାସି ରାଜୁ, ଏନ. ଆଦି ନାରାୟଣା ଓ ପି.ଦିଲୀପ କୁମାରଙ୍କ ନାମରେ ଏସ.ଡି.ଜେ.ଏମ ବର୍ଷା ଦାଶ ଏନ.ବି.ଡବ୍ଲ୍ୟୁ ଜାରି କରିଛନ୍ତି । ଏଠାରେ ସୂଚନା ଯୋଗ୍ୟଯେ ୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ବିଜେଡି ର ଯୁବ ଆଦିବାସୀ ନେତା ତଥା ମଝିଘରିଆଣି ମନ୍ଦିର ପରିଚାଳନା ସଭ୍ୟ ଭାଗିରଥି ମାଣ୍ଡାଙ୍ଗିଙ୍କୁ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ କରିଥିଲେ । ଅଭିଯୋଗର ୪ ଦିନ ପରେ ତାଙ୍କ ମୃତ ଦେହ ଆନ୍ଧ୍ର ପ୍ରଦେଶ କୋମରଡା ଡ୍ୟାମ ନିକଟରୁ ଗଳିତ ଶବ ଉଦ୍ଧାର ହୋଇଥିଲା ।ତେବେ ପରିବାରବର୍ଗ ମୃତଦେହକୁ ଚିହ୍ନଟ କରିପାରିନଥିଲେ । ଘଟଣାର ସପ୍ତାହ ପରେ ମୃତ ଦେହର ଫଟୋ ଜାରି କରିବା ପରେ ଭାଗିରଥୀଙ୍କ ମୃତ ଦେହ ବୋଲି ପରିବାରବର୍ଗ ଚିହ୍ନଟ କରିଥିଲା । ହତ୍ୟା ମାମଲା ରୁଜୁ କରି ରାୟଗଡା ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିଲା । ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପରିବାର ବର୍ଗ ଓ ଆଦିବାସୀ ମହାସଂଘ ରାୟଗଡ ବନ୍ଦ ପାଳନ କରିଥିଲା । ରାୟଗଡ ପୁଲିସ ଏହାର ତଦନ୍ତ କରୁଥିବା ବେଳେ ରାଜ୍ୟ ସରକାର ୨୦୧୧ ଫେବୃଆରୀ ମାସରେ କ୍ରାଇମ ବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ । ଏହି ଘଟଣାରେ ରାଜ୍ୟ କ୍ରାଇମ ବ୍ରାଞ୍ଚ ଦୀର୍ଘ ବର୍ଷ କରି ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ । କିନ୍ତୁ କ୍ରାଇମ ବ୍ରାଞ୍ଚ ଏହି ଘଟଣାରେ ସଂପୂଣ୍ଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲା । କ୍ରାଇମ ବ୍ରାଞ୍ଚର ତଦନ୍ତରେ ପରିବାର ବର୍ଗ ଓ ଆଦିବାସୀ ମହାସଂଘ ସନ୍ତୁଷ୍ଟ ନହୋଇ ବିଭିନ୍ନ ସମୟରେ ସି.ବି.ଆଇ ତଦନ୍ତ ଦାବି କରିବା ସହ ଆନ୍ଦୋଳନ କରୁଥିଲେ । ଆଜି ଏସ.ଡି.ଜେ.ଏମ କୋର୍ଟ ୬ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ ଜାରୀ କରିବା ପରେ ପରିବାରବର୍ଗ ଓ ଆଦିବାସୀ ସଂଘ ଭାଗିରଥୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ମିଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ହେଲେ ଗୁରୁତର ବିଷୟ ଭାସ୍କର ରାଓଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ପୁଲିସ (ପି ଏସ ଓ ).କିନ୍ତୁ ଭାସ୍କର ରାଓ ଙ୍କ ସମତେ ଅନ୍ୟ ମାନଙ୍କୁ ଆଜି ସୁଦ୍ଧା ରାୟଗଡ ପୁଲିସ ଧରିପାରି ନଥିବା ଜଣାପଡିଛି . ଘଟଣାକୁ ନେଇ ରାୟଗଡ ଥାନା ଅଧିକାରୀ ଙ୍କୁ ପଚାରିବାରୁ ଆମ ପାଖରେ ସେଭଳି କିଛି ଅର୍ଡର ପହଂଚି ନାହିଁ ବୋଲି କହିବା ସହ ଭାସ୍କର ରାଓଙ୍କ ସୁରକ୍ଷାରେ ଅଧିକାରୀ ନିୟୋଜିତ ଅଛନ୍ତି ବୋଲି କହିଥିଲେ .ହେଲେ ଦେଖିବାକୁ ବାକି ରହିଲା ପୁଲିସ ପାଖକୁ ଅର୍ଡର ଆସିବା ଭିତରେ ଭାସ୍କରଙ୍କ ସୁରକ୍ଷାରେ ଲାଗିଥିବା ସରକାରୀ ସୁରକ୍ଷା ଅଧିକାରୀ ଙ୍କ ଠାରୁ ଭାସ୍କର ଚମ୍ପାଟ ମାରିବେ ନା ସୁରକ୍ଷା ଧିକାରୀ ଙ୍କ ସହ ଆସି କୋର୍ଟରେ ଆତ୍ମସମର୍ପଣ କରିବେ l ଗିରଫ ପରୱାନା ଜାରି ପରେ ସମଗ୍ର ରାୟଗଡା ଜ଼ିଲ୍ଲା ର ଚା ଦୋକାନ ରାସ୍ତା ଘାଟ ରେ ଚର୍ଚ୍ଚା ହେଉଛି ଯେ ଭଗବାନ ଙ୍କ ଦେର କିନ୍ତୁ ଅନ୍ଧାର ନାହିଁ ବୋଲି l ଭାଗିରଥି ଙ୍କ ପରିବାର କହିଛନ୍ତି ଯେ ପୂର୍ବତନ ବିଜେଡି ସରକାର ଓ ଭାସ୍କର ରାଓ ଙ୍କ ଚାପ ରେ ଘଟଣା ଟି କୁ ଦବାଇ ଦିଆଯାଇଥିଲା କିନ୍ତୁ ବର୍ତମାନ ବିଜେପି ସରକାର ଆସିବା ପରେ 6 ମାସ ମଧ୍ୟରେ ଘଟଣା କୁ ଅନୁଧ୍ୟାନ କରି ମାନ୍ୟବର ଏସ ଡି ଯେ ଏମ କୋର୍ଟ 6 ଜଣ ଙ୍କ ନାମ ରେ ଜାମିନ ବିହୀନ ଗିରଫ ପରୱାନା ଜରିକରିଥିବା ରୁ ଆମ ପରିବାର କୁ ନ୍ୟାୟ ମିଳିବ ବୋଲି କହିଛନ୍ତି ଏଥି ସହିତ ପରିବାର ବର୍ଗ କହିଛନ୍ତି ଯେ ଭଗବାନ ଙ୍କ ଘର ଦେର କିନ୍ତୁ ଅନ୍ଧାର ନୁହେଁ, ଧର୍ମ ର ଜୟ ହୋଇଛି ବୋଲି l ଘଟଣା ର ପ୍ରତିକ୍ରିୟା ନେବା ନିମନ୍ତେ ଇପିଲି ସନ୍ୟାସୀ ରାଜୁ ଙ୍କୁ ତାଙ୍କରି ଫୋନ ନମ୍ବର 9437066106 ରେ ଯୋଗାଯୋଗ କରିଥିଲୁ କିନ୍ତୁ ଫୋନ ବନ୍ଦ ରହିଥିଲା ଠିକ ସେହିପରି ଏନ ଭାସ୍କର ରାଓ ଙ୍କ ପ୍ରତିକ୍ରିୟା ନିମନ୍ତେ ତାଙ୍କ ଫୋନ ନମ୍ବର 9866007777 ରେ ଯୋଗାଯୋଗ କରିଲୁ କିନ୍ତୁ ହାଲୋ ହାଲୋ କହି ଫୋନ କାଟିଦେଇଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ