ଆଦିବାସୀ ମାନଙ୍କ ଅଧିକାର ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବଆଦିବାସୀ ମାନଙ୍କ ଅଧିକାର ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ

ଆଦିବାସୀ ମାନଙ୍କ ଅଧିକାର ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ————————–

ଗଜପତି(ମନୋଜ ପାଢୀ) ସି ପି ଆଇ (ଏମଏଲ) ଲିବରେସନ ତରଫରୁ ଗଜପତି ଜିଲ୍ଲା ନୁଆଗଡ ବ୍ଲକ ତାବରଡା ଗାଁ ରେ ବ୍ଲକ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର କଂ ଆଦିବାସୀ ବିରୋଧି ନିତି ବିରୁଦ୍ଧ ରେ ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ, ନରସିଂହ ମଣ୍ଡଳ, ମାଥ୍ୟୁ ରଇତ ବକ୍ତବ୍ୟ ରଖିବା ସହ ନଭେମ୍ବର 05 11 2025.ତାରିଖ ଦିନ ଗଜପତି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ଆହ୍ବାନ ଦେଇଥିଲେ। ମକା ଚାଷ କରିବା ପାଇଁ ରୁଣ ଓ ମକା ବିକ୍ରି କରିବା ପାଇଁ ମଣ୍ଡି ର ବ୍ୟବସ୍ଥା ଏବଂ ଏକ କେଜି 100 ଟଙ୍କା ଲେଖାଏଁ ପ୍ରଦାନ କରିବା, ତାବରଡା ମଶାଣି ଜମି ଚିହ୍ନଟ ଓ 30 ଜଣ ଆଦିବାସୀ ମାନଙ୍କ ଘର ଡିହ ଚିହ୍ନଟ କରିବା,ଗୁଆର ଗାଁ ର ଜମି ସମସ୍ୟା ସମାଧାନ କରିବା, ଭୂସ୍ଖଳନ ରେ ଆଦିବାସୀ ମାନଙ୍କ ଧାନ, ମକା କ୍ଷୟକ୍ଷତି ପ୍ରଦାନ କରିବା, ସମସ୍ତ କୁଂ ରେସନ କାର୍ଡ ଓ ମାସିକ 50 କେଜି ଚାଉଲ ଯୋଗାଇଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ 5 ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା, ପେନସନ 5000 ଟଙ୍କା ପ୍ରଦାନ କରିବା, ମନରେଗା କାମ ରେ ଦୈନିକ 600 ଟକା ପ୍ରଦାନ କରିବା, ସମସ୍ତ କୁଂ 300 ୟୁନିଟ୍ ବିଦ୍ୟୁତ୍ ଯୋଗାଇ ଦେବା ବିକାଶ ନାମରେ ଭାଷା ଓ ସଂସ୍କୃତି ଓ ପ୍ରକୃତି ଧର୍ମିକୁ ଲୋପ କରିବା ପାଇଁ ଚକ୍ରାନ୍ତ ଚାଲିଛି ଓ ଆଦିବାସୀ ମାନଙ୍କ ଭାଷା ଓ ଲିପିକୁ ସାମ୍ଭିଧାନିକ ଅଧିକାର ଦିଆଯାଉ ନାହିଁ। ବିକାଶ ନାମର ପ୍ରାକୃତିକ ସମ୍ପଦକୁ ଲୁଣ୍ଠନ କରାଯାଉଛି l ଦେଶର ସାଂବିଧାନ ଓ ପେସା ଆଇନ୍ ରେ ଆଦିବାସୀ ର ଜମି, ଜଳ, ଜଙ୍ଗଲ ଉପରେ ଥିବା ଅଧିକାର କୁ ଚଡେଇ ନେବା ପାଇଁ ଷଡଯନ୍ତ୍ର କରୁଛନ୍ତି l ଯୁଗ ଯୁଗ ରୁ ଆଦିବାସୀ ମାନେ ଶୋଷଣ ଓ ଠକେଇ ର ଶିକାର ହେଉଛନ୍ତି। ଆଦିବାସୀ ମାନଙ୍କ ସାମ୍ଭିଧାନିକ ଅଧିକାର ଆଜି ପର୍ଯ୍ୟନ୍ତ ଅଦାଂର ଭିତରେ ରହିଛି । 2006 ଜଗଂଲ ଅଧିକାର ଆଇନ କାର୍ଯ୍ୟକାରୀ କରାଯାଉନାହିଁ l ଆଦିବାସୀ ମାନେ ପୂର୍ବ ପୁରୁଷ ରୁ ଭୋଗ ଦଖଲରେ ଥିବା ଜମି ଗୁଡ଼ିକୁ ସରକାର ଅଣ ଆଦିବାସୀ ମାନଙ୍କୁ ଦେବା ସୁଯୋଗ ଦେଉଛି । ସରକାର ଆଦିବାସୀଙ୍କ ସମ୍ଭିଧାନିକ ଅଧିକାର କୁ ଖିଲାପ କଲେ ଆନ୍ଦୋଳନ ତୀବ୍ର କରିବା ପାଇଁ ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି lଉପସ୍ଥିତ ଥିଲେନରସିଂହ ମଣ୍ଡଳ, ମାଥ୍ୟୁ ରଇତ, ସାଇଡ୍ରିକ ମଲ୍ଲିକ,କେଶବ ରଇତ, ରଇସାନ ରିଇତ, ମଜେଶ ଶବର , ଏଲିଆବ ଗମାଙ୍ଗ, ସାମସଙ୍ଗ ରଇତ, ସର୍ବଶ୍ରୀ ଗମାଙ୍ଗ, ସୁଦାମ ରଇତ, ଦାନ ରଇତ, ଅବ ସାଲାମ ରଇତ, ଯୋହନ ରଇତ, ନବ ମଣ୍ଡଳ, ନିବେଦକ ତ୍ରିପତି ଗମାଙ୍ଗ ରାଜ୍ୟ କମିଟି ସଭ୍ୟ ସି ପି ଆଇ (ଏମଏଲ) ଲିବରେସନ ନୁଆଁଗଡ ଗଜପତି ।

By admin

Leave a Reply

Your email address will not be published. Required fields are marked *