ଶ୍ରୀଅନ୍ନ ଯୋଜନା ଉତ୍ସବ କୁ ଉଦଘାଟନ କରିଲେ ବିଧାୟକ

ଶ୍ରୀଅନ୍ନ ଯୋଜନା ଉତ୍ସବ କୁ ଉଦଘାଟନ କରିଲେ ବିଧାୟକ

ରାୟଗଡା : ସ୍ଥାନୀୟ ବିଜୁପଟ୍ଟନାୟକ ଅଡିଟଟୋରିୟମ ରେ ଗତ ରବିବାର ଦିନ ଅନ୍ତର୍ଜାତୀୟ ଶ୍ରୀଅନ୍ନ i ବିସ୍ତୃତ ଖାଦ୍ୟ ସମ୍ମିଳନୀ କୁ ରାୟଗଡା ବିଧାୟକ ଆପଲ ସ୍ୱାମୀ କାଡ୍ରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l ନିଜ ବକ୍ତବ୍ୟ ରେ କାଡ୍ରକା କହିଛନ୍ତି ଯେ ଦୈନଦିନ ଖାଦ୍ୟରେ ମାଣ୍ଡିଆ କୁ ସାମିଲ କରିଲେ ଆମ ସ୍ୱାସ୍ଥ୍ୟ ସୁସ୍ଥ ଓ ନିରୋଗ ରହିବ କହିଥିଲେ l ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ରେ ବ୍ୟାପକ ପରିମାଣରେ ମାଣ୍ଡିଆ ଚାଷ ହେଉଛି l ଏହି ଠାର ର ମାଟି ମାଣ୍ଡିଆ ଚାଷ ନିମନ୍ତେ ବହୁ ଉପକୁଳ ସେଥିପାଇଁ ଏହି ଅଞ୍ଚଳ ବାସୀ ମାଣ୍ଡିଆ ଚାଷ ପାଇଁ ଗୁରୁତ୍ୱ ଦେବା ନିମନ୍ତେ ବିଧାୟକ ଆପାଳସ୍ୱାମି ନିବେଦନ କରିଛନ୍ତି l ଦୁର୍ଭାଗ୍ୟ ର ବିଷୟ ଗତ ବର୍ଷ କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ରୁ ମାଣ୍ଡିଆ ଆଣି ରାୟଗଡା ଜ଼ିଲ୍ଲା ର ମାଣ୍ଡିଆ କହି ଚନ୍ଦ୍ରପୁର ବ୍ଲକ ରେ ବିକ୍ରି ହୋଇଥିଲା କିନ୍ତୁ ଏହି ବର୍ଷ ଏହିପରି ଦୁର୍ନୀତି କରି ବାହାର ରାଜ୍ୟ ରୁ ମାଣ୍ଡିଆ ଆଣି ବିକ୍ରି କରିଲେ କରିଲେ ଦୃଢ଼ ପ୍ରତିବାଦ କରାଯିବ ବୋଲି ବିଧାୟକ କାଡ୍ରକା କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜ଼ିଲ୍ଲାପାଳ ଭାସ୍କର ଚନ୍ଦ୍ର ରୋଇତ ଅଧକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଷମକଟକ ବିଧାୟକ ନୀଳମାଧବ ହିକକା, ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ଜ଼ିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କର, ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ଚିକତ୍ସାଅଧିକାରୀ ଡ଼କ୍ଟର ଦେବରାଜ ନାୟକ ଉପସ୍ଥିତ ରହିଥିଲେ l ଶ୍ରୀଅନ୍ନ ଅଭିଯାନ ଦିବସ ରେ ବିଭିନ୍ନ ଷ୍ଟଲ ରେ ଏସ ଏଚ ଗ୍ରୁପ ର ମହିଳା ଙ୍କ ଦ୍ୱାରା ମାଣ୍ଡିଆ ରେ ନିର୍ମିତ ବିଭିନ୍ନ ପ୍ରକାର ର ଖାଦ୍ୟ ପ୍ରଦର୍ଶିତ ହୋଇଥିଲା l. ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *