ଟିକାବାଲି ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିକାବାଲି ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
Spread the love

ଟିକାବାଲି ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ: (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ର ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ଚଳିତ ବର୍ଷ ର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୂମଧାମ ରେ ଅନୁଷ୍ଠିତ ହୋଇଯାଇଛି I ଏହି ଉଦଘାଟନ ସମାରୋହ ରେ ଅତିଥି ମଧ୍ୟରେ ସାଂସଦ ପ୍ରତିନିଧି ଜିତେନ୍ଦ୍ର ଡାକୁଆ, ସମାଜସେବୀ ପ୍ରକାଶ ଭୋଇ, ରାଜକିଶୋର ପ୍ରଧାନ ଓ କପିଳାସ କହଁର ପ୍ରମୁଖ ଉପସ୍ଥିତ ଥିଲେ ଏବଂ ପୁରସ୍କାର ବିତରଣ ସମାରୋହ ରେ ମୁଖ୍ୟ ଅତିଥି ରୂପେ ଘୁ. ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଟିକାବାଲି ସମିତି ଅଧକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କହଁର, ବିଧାୟକ ପ୍ରତିନିଧି ସାରଙ୍ଗଧର କହଁର, ମଣ୍ଟୁ ଭୋଇ, ଚନ୍ଦନ ପଣ୍ଡା, ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିନୋଦ ବିହାରୀ ଦିଗାଳ, ପ୍ରଦୀପ୍ତ କୁମାର ନାୟକ, ଗଣେଶ୍ୱର କହଁର, ବିନୋଦିନୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଶିଶୁପ୍ରତିଭା କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଟିକାବାଲି ବ୍ଲକ ର ସମସ୍ତ କ୍ଲଷ୍ଟର ରୁ ଅନେକ ଶିଶୁ ପ୍ରତିଭା ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ I ସେଥିରେ ଚିତ୍ରାଙ୍କନ, ବିତର୍କ, ବକୃତା, ନୃତ୍ୟ, ଚିତ୍ରକଳା, ଶିଳ୍ପକଳା, କୁଇଜ଼ ଭଳି ପ୍ରମୁଖ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ I