ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ

ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ
Spread the love

ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ*******************

ଗଜପତି – ଅଦ୍ୟ ତା ୦୮/୧୦/୨୦୨୫ ରିଖ ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହିରେ ୭୧ ତମ ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ କ୍ରମେ ଉକ୍ତ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା। ଏହି ଅବସରରେ ଫ୍ରିଡମର ସଭାପତି ଶ୍ରୀଯୁକ୍ତ ତ୍ରିନାଥ ବିଷୋୟୀରତ୍ନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଶ୍ରୀଯୁକ୍ତ କାମେଶ୍ୱର ରାଓ (ଫରେଷ୍ଟର ରାମଗିରି), ମଜେଶ ଶବର (ଫରେଷ୍ଟର ମହେନ୍ଦ୍ରଗଡ) ପି. ସହଦେବ(ବନରକ୍ଷୀ ଛେଲିଗଡ) ଙ୍କ ସହିତ ଅନ୍ୟ ବନ୍ୟ କର୍ମଚାରୀ ମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଜନ ସଚେତନ କରିବା ଲାଗି ପିଲାମାନଙ୍କ ମଧ୍ୟରେ ଚିତ୍ର ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବୃକ୍ଷ ହିଁ ଜୀବନ ଏବଂ ବୃକ୍ଷ ଆମର ବନ୍ଧୁ ଆଦି ବିଷୟକୁ ଆଧାର କରି ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ଶ୍ରୀଯୁକ୍ତ ତାରିଣୀ ଚରଣ ମଣ୍ଡଳ ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ସାଫଲ୍ୟ ମଣ୍ଡିତ କରାଇଥିଲେ।