54ତମ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ରିଜନାଲ ସ୍ତରୀୟ   ତାଈକୋଣ୍ଡ ପ୍ରତିଯୋଗିତା 

54ତମ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ରିଜନାଲ ସ୍ତରୀୟ   ତାଈକୋଣ୍ଡ ପ୍ରତିଯୋଗିତା 

25.4.2025 ଠାରୁ 27.04.2025 ଭୂବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ – 5 ଠାରେ ଅନୁଷ୍ଠିତ ହୋଇଯାଉଛି।  ଏହି ପ୍ରତିଯୋଗିତାରେ 31ଟି କେନ୍ଦ୍ରୀୟ ବିଦ୍ୟାଳୟ ର  200 ରୁ ଊର୍ଦ୍ଧ୍ବ ଛାତ୍ର, ଛାତ୍ରୀ (ଅଣ୍ଡର-14, ଅଣ୍ଡର-17, ଅଣ୍ଡର -19) ବର୍ଗ ରେ ଭାଗ ନେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ନବରଙ୍ଗପୁର ଜିଲ୍ଲାରୁ ତାଈକୋଣ୍ଡ ଖେଳାଳି ମାନେ 13 ଜୋଣ  ଛାତ୍ରଛାତ୍ରୀ , ନବରଙ୍ଗ ସ୍ପୋର୍ଟସ ଏକାଡେମୀ ରେ, ଈଣ୍ଟରନେସନାଲ କୋଚ୍ ହରିଶ ବେହେରା ଙ୍କ ଦ୍ଵାରା ପ୍ରଶିକ୍ଷିତ ହୋଇ ଖେଳିବାକୁ ଯାଇ  ବିଜୟୀ ହୋଇଥିଲେ  ସେମାନେ ହେଲେ -ସ୍ଵର୍ଣ୍ଣ ପଦକ , ରୌପ୍ୟ ପଦକ,ଓ କଂସ ପଦକ ବିଜେତା -ଦେବରାଜ ହିଆଲ ସ୍ୱର୍ଣ୍ଣ ,ଆଶୁତୋଷ ଗନ୍ତାୟତ  ସ୍ୱର୍ଣ୍ଣ ପଦକ, ସାର୍ଥକ କଚିମ ରୌପ୍ୟ ପଦକ, ମାଣିକାଣ୍ଟ ସୋଇ  ରୌପ୍ୟ ପଦକ, ଜି ରହିତ ରୌପ୍ୟ ପଦକ, ସାଈଲେଶ ପଟ୍ଟନାୟକ କଂସ ପଦକ, ଶୁଭଶ୍ରୀ ବିଶ୍ବାଳ  କଂସ ପଦକ ,ଗୁଲେଫ ଫିରଦସ ନିସା, ପ୍ରଜ୍ଞା ପି ଜେନା, ସ୍ୱସ୍ତିକ ସୁବୁଦ୍ଧି, ମହେଶ୍ୱର ବେହେରା, ନ ଭୂବନେଶ, ଜେମସ ।   କୁନି କୂନି ଖେଳାଳି ମାନେ କଠିନ ପରିଶ୍ରମ କରି ସ୍କୁଲ ର ନାମ ରଖିବା ପାଇଁଁ ଅହରହ ପ୍ରୟାସ କରି ଖେଳାଳି ମାନେ କେନ୍ଦ୍ର ବିଦ୍ୟାଳୟ ସ୍କୁଲ ର ନାମ ଓ ଗୈାରବ ବଢ଼ାଇବା ସହ ନବରଙ୍ଗପୁର ଜିଲ୍ଲା ର ମଧ୍ୟ ନାମ ବଡ଼ାଇଛନ୍ତି।