4ର୍ଥ ଜାତୀୟସ୍ତରୀୟ ନାଂଚାକୁ ପ୍ରତିଯୋଗିତାରେ କନ୍ଧମାଳ ପ୍ରତିଯୋଗୀଙ୍କ ସଫଳତା…..କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲାର ଏକ ଗର୍ବ ଓ ଗୌରବ କନ୍ଧମାଳ ଜିଲ୍ଲା ରୁ ଅନ୍ୟ ରାଜ୍ୟରେ କଳା ପ୍ରଦର୍ଶନ ର ସଫଳତା ସହିତ ନାମ ଅର୍ଜନ କରିଥିବା କୋଚ ଗୋପାଳ ଚନ୍ଦ୍ର ଙ୍କୁ ଅଞ୍ଚଳ ରେ ବେଶ ପ୍ରଶଂସ କରିଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ 4ର୍ଥ ଜାତୀୟସ୍ତରୀୟ ନାଂଚାକୁ ଉତ୍ତରପ୍ରଦେଶ ର କାନପୁର ଠାରେ ଅନୁଷ୍ଠିତ ହୋଇଥିଲା l ଏହା ଜାନୁୟାରୀ 30 ରୁ ଆରମ୍ଭ ହୋଇ ଫେବୃୟାରୀ 01 ରେ ଶେଷ ହୋଇଅଛି l ଏହି ପ୍ରତିଯୋଗିତାରେ 10 ଟି ରାଜ୍ୟର ମୋଟ 250 ପ୍ରତିଯୋଗୀ ଅଂଶ ଗ୍ରହଣ କରି ନିଜ ନିଜର କଳା ପ୍ରଦର୍ଶନ ଦେଖାଇ ନିଜ ନିଜ ରାଜ୍ୟର ଟେକ ରଖିଛନ୍ତି l କନ୍ଧମାଳ ଜିଲ୍ଲାର ସୁନାମ ସରଳ ନମ୍ର ବ୍ୟକ୍ତି କୋଚ ଭାବରେ ପରିଚିତ ଗୋପାଳ ଚନ୍ଦ୍ରଙ୍କ ନେତୃତ୍ୱରେ କାନପୁର ଠାରେ ଉତ୍ତମ ପ୍ରଦର୍ଶନ କରି ମୋଟ 8 ଟି ପଦକ କନ୍ଧମାଳ ପାଇଁ ଭେଟିଛନ୍ତି l ସେଥି ମଧ୍ୟରୁ ଗୋପାଳ ଚନ୍ଦ୍ର -1 ସ୍ୱର୍ଣ, 2 ରୌପ୍ୟ ପଦକ ପାଇଁ ଥିବା ବେଳେ ବୈଲୋଚନ – 3 ଟି କାଂସ୍ୟ ପଦକ ଏବଂ ପ୍ରିୟାଂଶୁ ଶେଖର – 2 ଟି କାଂସ୍ୟ ପଦକ ପ୍ରାପ୍ତ କରି କନ୍ଧମାଳ ଏବଂ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି l
4ର୍ଥ ଜାତୀୟସ୍ତରୀୟ ନାଂଚାକୁ ପ୍ରତିଯୋଗିତାରେ କନ୍ଧମାଳ ପ୍ରତିଯୋଗୀଙ୍କ ସଫଳତା
