ବିଜେପି ର ବିଜୟ ଉତ୍ସବ ସହିତ କୋଣ୍ଡା ବାବୁ ଙ୍କ ଜନ୍ମଦିବସ ପାଳିତବିଜେପି ର ବିଜୟ ଉତ୍ସବ ସହିତ କୋଣ୍ଡା ବାବୁ ଙ୍କ ଜନ୍ମଦିବସ ପାଳିତ

ବିଜେପି ର ବିଜୟ ଉତ୍ସବ ସହିତ କୋଣ୍ଡା ବାବୁ ଙ୍କ ଜନ୍ମଦିବସ ପାଳିତ

ରାୟଗଡା : ଗାତ ନୂଆପୋଡ଼ା ଉପନିର୍ବାଚନ ରେ ବିଜେପି ର ପ୍ରାର୍ଥୀ ଜୟ ଢୋଲକୀୟ ଙ୍କ ବିପୁଳ ଭୋଟ ବ୍ୟବଧାନ ରେ ବିଜୟ ସହିତ ବିହାର ନିର୍ବାଚନ ରେ ଏନ ଡି ଏ ର ବିପୁଳ ବିଜୟ କୁ ନେଇ ସ୍ଥାନୀୟ ରିଙ୍ଗ ରୋଡ ଠାରେ କୋଣ୍ଡା ବାବୁ ଙ୍କ କାର୍ଯ୍ୟାଳୟ ସମୁଖ ରେ ବିଜେପି ର ଶତାଧିକ କର୍ମୀ କାର୍ଯ୍ୟକର୍ତ୍ତା ଙ୍କ ସହିତ ବହୁ କୋଣ୍ଡା ବାବୁ ପ୍ରେମୀ ଉପସ୍ଥିତ ରହି ବିଜେପି ର ବିଜୟ ଉତ୍ସବ ସହିତ କୋଣ୍ଡା ବାବୁ ଙ୍କ 64 ତମ ଜନ୍ମଦିନ କୁ ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ଉପନିର୍ବାଚନ ର ଫୋଳାଫଳ ଘୋଷଣା ପରେ ଶତାଧିକ କୋଣ୍ଡା ବାବୁ ପ୍ରେମୀ ବିଜେପି ଜିନ୍ଦାବାଦ ନରେନ୍ଦ୍ର ମୋଦି ଜିନ୍ଦାବାଦ ନାରା ଦେଇ ଆତସ ବାଜି ଫୁଟେଇବା ସହିତ କେକ କାଟି କୋଣ୍ଡାବାବୁ ଙ୍କ ଜନ୍ମଦିନ ସହିତ ବିଜୟ ଉତ୍ସବ ପାଳନ କରିଥିଲେ l ସୂଚନା ଯୋଗ୍ୟ ଯେ କୋଣ୍ଡା ଙ୍କୁ ବାବୁ ଗତ ନୂଆପଡା ଉପନିର୍ବାଚନ ରେ ବିଜେପି ଖରିଆର ରୋଡ ର କେତେଟି ବୁତ ରେ ନିର୍ବାଚନୀ ପ୍ରଚାର ଦାୟିତ୍ୱ ଦେଇଥିଲେ ଏହି ବୁତ ରେ ଅଭୁତ ପୂର୍ବ ବିଜେପି ପ୍ରାର୍ଥୀ ପାଇଥିବା ରୁ ରାୟଗଡା ବିଜେପି କର୍ମୀ କୋଣ୍ଡା ବାବୁ ପ୍ରେମୀ କୋଣ୍ଡା ବାବୁ ଙ୍କୁ ଜନ୍ମଦିନ ର ଅଭିନନ୍ଦନ ଜଣାଇବା ସହିତ ବିଜୟ ଉତ୍ସବ ପାଳନ କରିଥିଲେ l ବୋଡି ଭୋରୁ କୋଣ୍ଡା ବାବୁ ମନ୍ଦିରରେ ଯାଇ ପୂଜା ଅର୍ଚନା କରିବା ପରେ ସହର ଅନାଥ ଆଶ୍ରମ ବରିଷ୍ଠ ନାଗରିକ ଙ୍କ ଆଶ୍ରମ କୁ ଯାଇ ଫଳ ସହିତ ଖାଦ୍ୟ ପଦାର୍ଥ ଓ ଶୀତ ବସ୍ତ୍ର ପ୍ରଦାନ କରିଥିଲେ l ଏହି ଅବସୋର ରେ କୋଣ୍ଡା ବାବୁ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ ଆଜି ମୋର ପରମ ସୌଭାଗ୍ୟ ଯେ ମୋର ଜନ୍ମଦିନ ରେ ନୂଆପଡା ଉପନିର୍ବାଚନ ରେ ବିଜେପି ବିଜୟ ହାସଲ କରିଲା l ମୁଁ ଖରିଆର ରୋଡ ଯାଇ ବିଜେପି ପାଇଁ ପ୍ରଚାର କରିଥିଲି ସେଥିପାଇଁ ମୁଁ ବେଶ ଖୁଶୀ ବୋଲି କହିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ରାୟଗଡା ଟ୍ରକ ମାଲିକ ଆଦିନାରାୟଣ, ସସମାଜସେବୀ କେ ସି ପଟ୍ଟନାୟକ ଓ ଲକ୍ଷ୍ମୀ ମୋହନ ପଟ୍ଟନାୟକ, ଆଇନଜୀବୀ ବିରଜା ପାତ୍ର, ବିଜେପି ଟୁଟୁ ଦାସ, ଜ଼ିଲ୍ଲା ସଭାପତି ଗୋପୀ ଆନନ୍ଦ, ଚକ୍ର ବିଡ଼ିକା, ଗୋପାଳ ଚେକା, ଦେବଗିରି ପଟ୍ଟନାୟକ ହରି ହର ହିମରିକା, ସହର ର ବରିଷ୍ଠ ସମାଜ ସେବି ତଥା ବିଶିଷ୍ଟ ପରିବା ବ୍ୟବସାହି ହସମୁଖ ହାସୁ ଭାଇ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

By admin

Leave a Reply

Your email address will not be published. Required fields are marked *