ପ୍ରେସ୍ ଏଣ୍ଡ ମିଡିଆ ୱେଲଫେୟାର ଆସୋସିଏସନ ରାୟଗଡା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ଓ ଲୋଗୋ ଉନ୍ମୋଚିତପ୍ରେସ୍ ଏଣ୍ଡ ମିଡିଆ ୱେଲଫେୟାର ଆସୋସିଏସନ ରାୟଗଡା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ଓ ଲୋଗୋ ଉନ୍ମୋଚିତ

ପ୍ରେସ୍ ଏଣ୍ଡ ମିଡିଆ ୱେଲଫେୟାର ଆସୋସିଏସନ ରାୟଗଡା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ଓ ଲୋଗୋ ଉନ୍ମୋଚିତ

ରାୟଗଡ଼ା (ଅମୁଲ୍ୟ ନିଶଙ୍କ ):ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ପ୍ରେସ୍ ଏଣ୍ଡ ମିଡିଆ ୱେଲଫେୟାର ଆସୋସିଏସନ ରାୟଗଡ଼ା ଜିଲ୍ଲାର ଲୋଗୋକୁ ଉନ୍ମୋଚନ କରିଛନ୍ତି ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡା, ଓଡ଼ିଶା ଭାଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଆଜି ସକାଳେ ରାୟଗଡ଼ାର ଅଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କଠାରେ ଆସୋସିଏସନ ପକ୍ଷରୁ ଲୋଗୋ ପୂଜାର୍ଚ୍ଚନା କରାଯାଇଥିଲା I ମନ୍ତ୍ରୀ ଓ ସାଂସଦ ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ଜାତୀୟ ପ୍ରେସ ଦିବସର ଶୁଭକାମନା ଜଣାଇବା ସହ ଆସୋସିଏସନର ଲୋଗୋକୁ ଉନ୍ମୋଚନ କରିଥିଲୋ । ପୂର୍ବାହ୍ନ ୧୧ଟା ସମୟରେ ସ୍ଥାନୀୟ ତେଜସ୍ବୀ ହୋଟେଲ ସମ୍ମିଳନୀ କକ୍ଷରେ ପ୍ରେସ ଏଣ୍ଡ ମିଡିଆ ଆସୋସିଏସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନବୀନଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସମଦୃଷ୍ଟି ଖବର କାଗଜ କାର୍ଯ୍ୟ ନିର୍ବାହୀ ସଂପାଦକ ବିଗ୍ନେଶ୍ଵର ସାହୁ ଏବଂ ସମ୍ମାନିତ ଅତିଥ୍ ଭାବେ ରାୟଗଡ଼ା ଜିଲ୍ଲା ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦଚନ୍ଦ୍ର ପଣ୍ଡା ମଞ୍ଚାସୀନ ଥିଲେ | ଏଠାରେ ମଧ୍ୟ ଅତିଥ୍‌ଙ୍କ ଦ୍ବାରା ଲୋଗୋ ଉନ୍ମୋଚନ କରାଯାଇଥିଲା । ଉପାନ୍ତ ରାୟଗଡ଼ା ଜିଲ୍ଲାର ସାମ୍ବାଦିକମାନେ ଗଣମାଧ୍ୟମ ପ୍ରତିନିଧୂଙ୍କ କଲ୍ୟାଣ ଚିନ୍ତାକରି ଏଭଳି ସଂଗଠନ ଗଠନ କରିଥିବାରୁ ଅତିଥିମାନେ ସାଧୁବାଦ ଜଣାଇଥିଲେ। ଜାତୀୟ ପ୍ରେସ ଦିବସ ପାଳନ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡଙ୍ଗୀ, ରାଧାକୃଷ୍ଣ ପଟ୍ଟନାୟକ, ଅମୂଲ୍ୟରତ୍ନ ସାହୁ, ଅମୁଲ୍ୟ ନିଶଙ୍କ,ମାଉଡି ବାରିକ, ଚିତରଂଜନ ନାୟକ, ସୁରେଶ ଚନ୍ଦ୍ର ଦାଶଙ୍କ ସମେତ ଅନ୍ୟ ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ | ପରିଚାଳନା କମିଟି ସଭ୍ୟ ଶିବାଜୀ ଦାସ, ଶିବ ନାରାୟଣ ଗୌଡ଼, କେ.ଶିବ ପ୍ରସାଦ ଦୋରା, ତୁଷାର ଇଂଜନସାହୁ, ୱାଇ. ଦାମୋଦର ରାଓ, ପ୍ରଶାନ୍ତ ପାଳ ସଭା ପରିଚାଳନା କରିଥିଲେ | ଅନ୍ୟ ଉପସ୍ଥିତ ସମସ୍ତ ସଭ୍ୟ ସହଯୋଗ କରିଥିଲେ | ଶିବାଜୀ ଦାସ ପ୍ରାରମ୍ଭିକ ଭାଷଣରେ ଆସୋସିଏସନର ଏକତା ସମଗ୍ର ଓଡିଶାରେ ଉଦାହରଣ ସୃଷ୍ଟି କରିବ ବୋଲି କହିଥିଲେ | ଶେଷରେ ସାମ୍ବାଦିକ ଶିବ ନାରାୟଣ ଗଉଡ଼ ଧନ୍ୟବାଦ ଅର୍ପଣ କରିଥିଲେ | ଉଦ‌ଘୋଷିକା ବିଦିଶା ଶତପଥ୍ ଉପସ୍ଥିତ ରହି ସୂଚାରୁରୂପେ ମଞ୍ଚ ପରିଚାଳନା କରିଥିଲେ।

By admin

Leave a Reply

Your email address will not be published. Required fields are marked *