ଟିକାବାଲି କଲେଜ ରେ ଯୁବ ରେଡ଼କ୍ରସର ସ୍ୱାଗତ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ରିପୋର୍ଟ କୁନା ଦିଗାଲ)କନ୍ଧମାଳ :- କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ତରଫରୁ ସ୍ବେଛାସେବୀ ଙ୍କୁ ସ୍ୱାଗତ,ପ୍ରଶିକ୍ଷଣ ଓ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ତଥା ପ୍ରଶିକ୍ଷକ ଭାବେ ଟିକାବାଲି ଡ଼ାକ୍ତରଖାନାର ଡାକ୍ତର ସତ୍ୟନାରାୟଣ ପଟ୍ଟନାୟକ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ଓ ଏହା କିପରି କରାଯିବ ପ୍ରଶିକ୍ଷଣ ଦେଇଥିଲେ । ଯୁବ ରେଡ଼କ୍ରସର କାଉନସିଲର୍ ଅଧ୍ୟାପକ ରତନ କୁମାର ଦିଗାଲ ଅତିଥି ପରିଚୟ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବନମାଳୀ ବେହେରା ଯୋଗ ଦେଇ ଯୁବ ରେଡ଼କ୍ରସ କିପରି ଜନ୍ମ ନେଲା ଏବଂ ଏହାର ଉଦ୍ଦେଶ୍ୟ କଣ ରହିଛି , ବିଷଦ ଭାବେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଚମ୍ପା ସୋରେନ, ଅଧ୍ୟାପିକା ସ୍ମୃତିରେଖା ନାୟକ, ନମିତା ମହାରଣା ଯୋଗ ଦେଇଥିବା ବେଳେ ପ୍ରୋଗ୍ରାମ ଅଫିସର ଜ୍ଞାନରଞ୍ଜନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ ଓ ବରିଷ୍ଠ କିରାଣୀ ମନୋଜ କୁମାର ଭୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *