ଗଜପତି ଜିଲ୍ଲାରେ ଜାତୀୟ ପ୍ରେସ୍ ଦିବସ ପାଳିତ ।

ଗଜପତି (ମନୋଜ ପାଢ଼ୀ ) ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ପରିଷଦର ସମ୍ମିଲନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖଅତିଥି ଭାବେ ଜିଲ୍ଲାପାଳ ମଧୁମିତା , ଅତିରିକ୍ତ ଜିଲ୍ଲାପାଳ ମୁନୀଦ୍ର ହୋନାଗା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଡ୍ୱିଜେନ ପାଢୀ, ଗରୁଡଧ୍ୱଜ ଚୌଧୁରୀ, ବସନ୍ତ ପଣ୍ଡା ମଞ୍ଚାସୀନ ଥିଲେ । ଚଳିତ ବର୍ଷର ଜାତୀୟ ପ୍ରେସ ଦିବସର ପ୍ରସଙ୍ଗ- ‘ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱସନୀୟତାର ସଂରକ୍ଷଣ’ ରହିଥିଲା । ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଦିନକୁଦିନ ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ହେବା ଘଟଣା ଚିନ୍ତାର ବିଷୟ ପାଲଟିଛି ।ଏନେଇ ଗଣମାଧ୍ୟମ ସଂସ୍ଥା ଓ ପ୍ରତିନିଧି ମାନେ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି । କେଉଁ କାରଣରୁ ଏଭଳି ହେଉଛି ତାହାର ବ୍ୟାପକ ତର୍ଜମା କରାଯିବାର ଆବଶ୍ୟକତା ରହିଛି ମଞ୍ଚାସୀନ ଅତିଥି ଓ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ନିଜନିଜ ମତ ରଖିଥିଲେ । ବିଭିନ୍ନ ବିଭାଗର ଅଧିକାରୀ ମାନେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରୁନଥିବା ଅଭିଯୋଗ କରିବା ସହ ନିଜନିଜର କ୍ଷୋଭ ପ୍ରକାଶ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ଓ ବିଭାଗୀୟ କର୍ମଚାରୀ ମାନେ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ମୁଦ୍ରଣ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *