କୃଷକ ଉତ୍ପାଦକ ଗୋଷ୍ଠୀଙ୍କର ଜ଼ିଲ୍ଲା ସ୍ତରୀୟ ତାଲିମ ଶିବିର ।
ଗଜପତି (ମନୋଜ ପାଢୀ) ଗଜପତି ଜ଼ିଲ୍ଲା ରା ଉଦୟଗିରି ସ୍ତିତ କୃଷି ବିଜ୍ଞାନ କେନ୍ଦ୍ର ରେ ୧୮.୧୧. ୨୦୧୫ ରେ କୃଷକ ଉତ୍ପାଦକ ଗୋଷ୍ଠୀମାନଙ୍କର ଜ଼ିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । କୃଷକ ଉତ୍ପାଦକ ଗୋଷ୍ଠୀ ମାନଙ୍କୁ ବ୍ୟବସାୟିକ ଦୃଷ୍ଟି ରୁ ସଶକ୍ତ କରିବା ଓ ପରିଚାଳନା କ୍ଷମତା ବୃଦ୍ଧି ନିମନ୍ତେ ଜ଼ିଲ୍ଲାର ୯ ଟି ଏଫପିଓ ର ୨୫ ଜଣ ସଦସ୍ୟ ଯୋଗ ଦେଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନ ବିଜ୍ଞାନି ଡ୍. ସୁଶ୍ରୀ ଚୌଧୁରୀ ସ୍ୱାଗତ ଭାଷଣ ଦେଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । କେନ୍ଦ୍ର ର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ଼ ସଂଗ୍ରାମ ପରମଗୁରୁ ସଭା ର ଅଧ୍ୟକ୍ଷତା କରି , ଏହି ତାଲିମ ମାଧ୍ୟମରେ କୃଷକ ଉତ୍ପାଦକ ସଂଗଠନ ଗୁଡିକୁ ସୁଦୃଢ କରି ସେମାନଂକୁ ବ୍ୟବସାୟିକ ମୋଡେଲ ଭାବରେ ଗଢା ଯିବ ବୋଲି ମତ ରଖିଥିଲେ ।ଏଥି ସହିତ ସାମୁହିକ ଉତ୍ପାଦନ,ନୂତନ ବଜ଼ାର ରଣନୀତି,ରାଜ୍ୟ ଭିତରେ ଓ ବାହାରେ ବଜାର ସୃଷ୍ଟି କରି ଅଧିକ ଲାଭବାନ ସମ୍ବଧରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ର କୃଷି. ଉଦ୍ୟାନ , ଜଳ ଛାୟା ପ୍ରକଳ୍ପ, ପ୍ରାଣୀ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ଅଂଶ ଗ୍ରହଣ କରି କୃଷକ ଉତ୍ପାଦକ ସଙ୍ଘ ଗୁଡିକ ସଶକ୍ତ କରିବା ସଂଗେ ସଂଗେ କୃଷକ ଉତ୍ପାଦନ ବୃଦ୍ଧି , ପ୍ରକ୍ରିୟାକରଣ ଓ ବଜ଼ାର ସଂଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବୈଜ୍ଞାନିକ ଜାନୁଆରୀୟସ କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ ।

