ଏଫ୍. ବି. ଡି. ଓ. ଓ. ଏଵଂ ଯୁବ ରେଡକ୍ରସ୍ ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ

କାକିରିଗୁମା;- ତା ୧୭.୧୧.୨୦୨୫ରିଖ ରେ ଏଫ ବି ଡି ଓ ଓ ଏଵଂ ଜୁବରେଡକ୍ରସ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ବିଦ୍ୟାଳୟ ଅଡିଟୋରିଅମରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରକୁ ଓଡ଼ିଶା ରକ୍ତଦାତା ମହାସଂଘର ସଭାପତି ଡ଼ାଃ ନରେଶ ଚନ୍ଦ୍ର ସାହୁ ଓ ବିଦ୍ୟାଳୟର ଅଧକ୍ଷl ପ୍ରିୟମ୍ବଦା ରାଉତ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥଲେ। ଶହୀଦ ଲକ୍ଷ୍ମଣ ନାୟକଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ଓଡିଶା ବ୍ଲଡ଼ ସେଣ୍ଟର୍ ଅଫିସର୍ ଡ଼ାଃ ମଧୁ ସୁଦନ ବଳିଆର୍ଶିଂହ , ଦେବବ୍ରତ ଦାସ ଓ ତାଙ୍କ ଟିମ୍ ୩୨ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଓଡିଶା ରକ୍ତଦାତା ମହାସଂଘ କୋରାପୁଟ ଶାଖାର ସଭାପତି ବିଜୟ ସାହୁ,ସାଧାରଣ ସମ୍ପାଦିକା ସ୍ନିଗ୍ଧା ରାଣୀ ମିଶ୍ର ଓ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ତ୍ରୀପାଠୀ ଓ ପ୍ରିୟଙ୍କା ସାହୁ ଶିବିର ପରିଚାଳନା କରିଥିଲେ। ଉକ୍ତ ଶିବିରରୁ ସର୍ବମୋଟ୍ ୩୨ ୟୁନିଟ୍ ରକ୍ତ ସଂଗ୍ରହ କରଯାଇଥିଲା। କାର୍ଯ୍ୟକ୍ରମ ର ଅବ୍ୟବହିତ ପୂର୍ବରୁ ଅଧ୍ୟକ୍ଷା ଶ୍ରୀମତୀ ରାଉତଙ୍କ ସଭାପତିତ୍ବରେ ରକ୍ତଦାନ ସଂପର୍କିତ ଏକ ସଚେତନା ସଭାର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଅଧକ୍ଷ ଡ଼ାଃ ସାହୁ ସାଂପ୍ରତିକ ପରିସ୍ଥିତିରେ କିପରି ବହୁ ସଂଖ୍ୟାରେ ସଡ଼କ ଦୁର୍ଘଟଣା ଜନିତ ଏମର୍ଜେନ୍ସି ସମୟରେ ରକ୍ତ ଅଭାବ ଯୋଗୁଁ କିପରି ବହୁ ମୂଲ୍ୟ ଜୀବନ ଚାଲି ଯାଇଥlଏ ତଥା ସିକିଲ ସେଲ, ଥାଲାସେମିଆ, ଗର୍ଭବତୀ ମହିଳା ଓ କ୍ୟାନସର ରୋଗୀଙ୍କ ନିମନ୍ତେ ଏହି ରକ୍ତଦାନ ଶିବିର ଉଦ୍ଧିଷ୍ଟ ବୋଲି ପ୍ରକାଶ କରିଥିଲେ ।ସଂପାଦିକା ଶ୍ରୀମତୀ ମିଶ୍ର ମହିଳାମାନେ ରକ୍ତଦାନ କ୍ଷେତ୍ରରେ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ।ଏଥିରେ ଅନୁଷ୍ଠାନର ଯୁବରେଡକ୍ରସ ର ସ୍ବେଚ୍ଛାସେବୀ ସହାୟତା ପ୍ରଦାନ କରିଥିଲେ। ଫେଡେରେସନ ଅଫ ବ୍ଲଡ଼ ଡୋନର ଅର୍ଗାନାଇଯେସନ ଅଫ ଓଡ଼ିଶା ତରଫରୁ ଅଧ୍ୟକ୍ଷାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରଯାଇଥିଲା।

Leave a Reply

Your email address will not be published. Required fields are marked *