ସେମିଳିଗୁଡାରେ ନୂତନ ୟୁନିସେକ୍ସ ଜିମ୍ ନବ୍ୟା ଉଦଘାଟିତ। ସେମିଳିଗୁଡା.ତାରିଖ ୧୬,୧୧,୨୦୨୫, ସେମିଳିଗୁଡାର ଜାତୀୟ ରାଜପଥ କଡରେ ଥିବା ଗୋପବନ୍ଧୁନଗରର ମିଶ୍ର ମ୍ୟାନସନଠାରେ ଏକ ୟୁନିସେକ୍ସ ନବ୍ୟା ଫିଟନେସ୍ କ୍ଲବ ଉଦଘାଟିତ ହୋଇ ଯାଇଛି। ଏହି କ୍ଲବର ମାଲିକ ଶ୍ରୀ ଅମିତ ଦୁବେ ଓ ତାଙ୍କ ଧର୍ମପତ୍ନୀ ନେହା ଦୁବେ ସମସ୍ତ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଫିଟନେସ କ୍ଲବକୁ ବରିଷ୍ଠ ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଓ ଲିଭ ଫର ଅଦର୍ସର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ମୂଖ୍ଯ ଅତିଥି ଭାବରେ ଫିତା କାଟି ଉଦଘାଟନ କରିଥିଲେ।ଜୟପୁର ଷ୍ଟାଲିୟନ ଜିମର ମାଲିକ ବଡି ବିଲଡର ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ଚମ୍ପିୟାନ, ତିନିିଥର ଶ୍ରୀ ଜୟପୁର ରତ୍ନାକର ସ୍ବାଇଁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ। ସେମିଳିଗୁଡାର ବହୁ ବିଶିଷ୍ଟ ବ୍ୟକ୍ତି ଓ ଭଦ୍ର ମହିଳା ଯୋଗ ଦେଇ ଥିଲେ। ଜିମ ସହ ଲୋକଙ୍କ ସୁସ୍ଥ ଜୀବନଶୈଳୀ ପାଇଁ ପ୍ରଶିକ୍ଷଣ ଦେବେ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *